Report Card Odisha

| Daily Odia News

ଆଜି ଖୋଲିବ ଭିତର ରତ୍ନଭଣ୍ଡାର…..

ରିପୋର୍ଟ କାର୍ଡ / ପୁରୀ

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତିମଣତି କାର୍ଯ୍ୟ ଆଜିଠାରୁ ଆରମ୍ଭ ହେବ। ଏନେଇ ଏକ ପ୍ରସ୍ତୁତି ବୈଠକ ରବିବାର ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଏବଂ ଗଣତିମଣତି ଟିମ୍‌ର ସଦସ୍ୟ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତିରେ ସୋମବାର କେଉଁମାନେ ଭିତରେ ଏବଂ ବାହାରେ ରହିବେ, କ’ଣ ସବୁ ବ୍ୟବସ୍ଥା ହେବ ସେନେଇ ସବିଶେଷ ଆଲୋଚନା ହୋଇଥିଲା। ମାର୍ଗଦର୍ଶିକା ଅନୁଯାୟୀ ପ୍ରତିଦିନ ଜିଲା ଟ୍ରେଜେରିରୁ ଭିତର ରତ୍ନଭଣ୍ଡାରର ଚାବି ଅଣାଯାଇ ପୁରୀ ଜିଲାପାଳ ତଥା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯିବ।

Breaking News