Report Card Odisha

| Daily Odia News

କ୍ଷୁଦ୍ର -ନାମମାତ୍ର ଚାଷୀମାନଙ୍କର ମିଳିବ ବୀମା ପ୍ରିମିୟମ୍‍ରାଶି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାର ଚଳିତ ଖରିଫ୍‍ଋତୁଠାରୁ ଚାଷୀମାନଙ୍କୁ ବୀମାସୁରକ୍ଷା ଦେବା ସହିତ ଅଧିକ ପରିମାଣର ଚାଷଜମିକୁ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଲାଗି ପଦକ୍ଷେପ ନେଇଛନ୍ତି । କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କର ଆର୍ଥିକ ବୋଝ କମାଇବା ଲାଗି ସେମାନଙ୍କର ବୀମାରାଶି ଏଣିକି ରାଜ୍ୟ ସରକାର ବହନ କରିବେ । ଚଳିତ ବର୍ଷର ଖରିଫଋତୁଠାରୁ ଆରମ୍ଭ କରି ୨୦୨୫-୨୬ ରବିଋତୁ ପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ଶ୍ରେଣୀର ଚାଷୀମାନଙ୍କର ବୀମା ପ୍ରିମିୟମ୍‍ ଦେବେ । ତେବେ ଜଣେ ଚାଷୀଙ୍କୁ ବୀମା ପ୍ରିମିୟମ୍‍ ରାଶି ବାବଦରେ ୫ ଏକର ଜମି ପାଇଁ ମିଳିପାରିବ । ବୀମା ସୁବିଧା ପାଇଁ ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ପଞ୍ଜୀକରଣ କରିବା ନିହାତି ଦରକାର । ଏହାଛଡା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସଚଳ ଥିବା ଆବଶ୍ୟକ । ସୂଚନା ଅନୁସାରେ, ଫସଲ ବୀମା ଯୋଜନାରେ ରାଜ୍ୟ ସରକାର ୧୦ ଲକ୍ଷ ହେକ୍ଟର ଜମି ପାଇଁ ବୀମା ବ୍ୟବସ୍ଥା କରୁଛନ୍ତି । ସରକାରଙ୍କର ଏହି ପଦକ୍ଷେପ ଯୋଗୁଁ ରାଜ୍ୟର ୧୦ ରୁ ୧୨ ଲକ୍ଷ ଚାଷୀ ବୀମା ପୈଠରୁ ଉପକୃତ ହେବେ । ରାଜ୍ୟ ସରକାର ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ରେ ଶସ୍ୟବୀମା ୨୦୧୬ ମସିହାରୁ ଲାଗୁ କରିଛନ୍ତି ।

Breaking News