Report Card Odisha

| Daily Odia News

ଅଭୟାରଣ୍ୟରେ ହୋଟେଲ ନିର୍ମାଣ କରାଇପାରିବ ନାହିଁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଅଭୟାରଣ୍ୟ ଅଞ୍ଚଳର ଏକ କିଲୋମିଟର ମଧ୍ୟରେ ତାରକା ହୋଟେଲ ନିର୍ମାଣ କରାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ଏହାକୁ ନେଇ ରାଜ୍ୟରେ ହୋଟେଲ ଶିଳ୍ପକୁ ବଡ଼ ଝଟ୍‌କା ଲାଗିଛି। ବିଶେଷକରି, ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ଅଞ୍ଚଳରେ ନିବେଶ କରିବାକୁ ଚାହୁଥିବା ୧୫ରୁ ଅଧିକ ସଂସ୍ଥାଙ୍କୁ ଏବେ ନିରାଶ ହେବାକୁ ପଡ଼ିଥିବା ଜଣାପଡିଛି । ଏଠାରେ ବାଲୁଖଣ୍ଡ ଅଭୟାରଣ୍ୟ ଥିବାରୁ ସମ୍ପୃକ୍ତ ସଂସ୍ଥା ପ୍ରକଳ୍ପ କରିବେ କି ନାହିଁ, ସେନେଇ ଆଶଙ୍କା ପ୍ରକାଶ ପାଇଛି। ଅପରପକ୍ଷେ ଏଭଳି ନିଷ୍ପତ୍ତିକୁ ନେଇ ହୋଟେଲ ଆଣ୍ଡ୍ ରେଷ୍ଟୁରାଣ୍ଟ ଆସୋସିଏସନ୍‌ ଅଫ୍‌ ଓଡ଼ିଶା ପ୍ରଶ୍ନ ଉଠାଇବା ସହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ଯେତେଶୀଘ୍ର ସମ୍ଭବ, ରାଜ୍ୟ ସରକାର ଏହାର ସମୀକ୍ଷା କରିବା ସହ ରିଟ୍‌ ପିଟିସନ୍‌ ଦାଖଲ କରିବାକୁ ଅନୁରୋଧ କରିଛନ୍ତି।

Breaking News