ରିପୋର୍ଟ କାର୍ଡ / ଯାଜପୁର
କଳିଙ୍ଗନଗର ଥାନା ଅଞ୍ଚଳର ଜଣେ ନାବାଳିକା ଯାଜପୁର ରୋଡ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟ ଏକ ଘରୋଇ ହସ୍ପିଟାଲରେ କନ୍ୟାସନ୍ତାନ ଜନ୍ମ ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ସାମାଜିକ କର୍ମୀ ଜିତେନ ବାରିକ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଗତ ୩ ତାରିଖରେ ନାବାଳିକା କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ହେଲେ ବେସରକାରୀ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ପୋଲିସ କିମ୍ବା ଶିଶୁ କଲ୍ୟାଣ ବିଭାଗକୁ ସୂଚିତ କରାଗଲା ନାହିଁ। ଇତିମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପୁଅ ଓ ଝିଅ ମା’ବାପାଙ୍କ ଦ୍ୱାରା ପ୍ରଭାବିତ ହୋଇ ଚୁପ ବସିଛି। ଏପରିକି ଏ ସଂକ୍ରାନ୍ତରେ ସମ୍ପୃକ୍ତ ସିଡିପିଓ ଜାଣି ନୀରବ ରହିଛନ୍ତି। ତେଣୁ ଏ ସଂକ୍ରାନ୍ତରେ ଆବଶ୍ୟକ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅଭିଯୋଗକାରୀ ନିବେଦନ କରିଛନ୍ତି।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..