Report Card Odisha

| Daily Odia News

ହଜାରେ ଟପିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା……

China active in disposal of new corona virus infected pneumonia.

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି ସକାଳ ସୁଦ୍ଧା ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯ରେ ପହଞ୍ଚିଛି ବୋଲି ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେରଳ, ତାମିଲନାଡୁ, ତେଲେଙ୍ଗାନା, ଦିଲ୍ଲୀ ଓ ମହାରାଷ୍ଟ୍ରରେ ସଂଖ୍ୟା ଅଧିକ ବୋଲି କୁହାଯାଇଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦିଲ୍ଲୀରେ ବର୍ତ୍ତମାନ ୧୦୪ ସକ୍ରିୟ କୋଭିଡ ମାମଲା ରହିଛି। ସେହିପରି ମହାରାଷ୍ଟ୍ରରେ ୨୦୯ ଏବଂ କେରଳରେ ୪୩୦ ସକ୍ରିୟ ମାମଲା ଅଛି। ଭାରତରେ ମୋଟ କୋଭିଡ ମାମଲା ସଂଖ୍ୟା ୧୦୦୯ କୁ ବୃଦ୍ଧି ପାଇଛି। ଭାରତରେ ଦୁଇଟି ନୂତନ କୋଭିଡ ଭାରିଆଣ୍ଟ ଚିହ୍ନଟ ହୋଇଛି – NB.1.8.1 ଏବଂ LF.7 । ଉଭୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ‘ଭାରିଆଣ୍ଟ ଅଣ୍ଡର ମନିଟରିଂ’ ଭାବରେ ବର୍ଗୀକୃତ କରାଯାଇଛି। NB.1.8.1 ପ୍ରକାର ପ୍ରଥମେ ତାମିଲନାଡୁରେ ଚିହ୍ନଟ ହୋଇଥିଲା ଏବଂ LF.7 ପ୍ରଥମେ ଗୁଜରାଟରେ ନିଶ୍ଚିତ ହୋଇଥିଲା। ସରକାରୀ ସୂତ୍ର ଅନୁଯାୟୀ ବିଭିନ୍ନ ରାଜ୍ୟରେ ରିପୋର୍ଟ ହୋଇଥିବା ଅଧିକାଂଶ କୋଭିଡ୍ ଆକ୍ରାନ୍ତ ରୋଗୀମାନେ ଘରେ ଚିକିତ୍ସାଧୀନ ଅଛନ୍ତି। ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଆସାମ, ଅରୁଣାଚଳ ପ୍ରଦେଶ, ବିହାର, ଚଣ୍ଡିଗଡ଼, ଦାଦ୍ରା ଏବଂ ନଗର ହାଭେଲି, ଦାମନ ଏବଂ ଦିଉ, ହିମାଚଳ ପ୍ରଦେଶ, ଜମ୍ମୁ ଏବଂ କାଶ୍ମୀର, ଝାଡ଼ଖଣ୍ଡ, ଲଦାଖ, ଲକ୍ଷଦ୍ୱୀପ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକିମ, ତ୍ରିପୁରା ଏବଂ ଉତ୍ତରାଖଣ୍ଡରେ ଏପର୍ଯ୍ୟନ୍ତ କୌଣସି ମାମଲା ରିପୋର୍ଟ ହୋଇନାହିଁ। ତେବେ ଓଡ଼ିଶାରେ ଜଣେ ବ୍ୟକ୍ତି କୋଭିଡ ଆକ୍ରାନ୍ତ ହୋଇ ଘରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ଏବଂ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ମହାନିର୍ଦ୍ଦେଶକଙ୍କ ସହିତ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି। ଲୋକେ ଭୟଭୀତ ହୁଅନ୍ତୁ ନାହିଁ ଏବଂ ସଚେତନ ରହିଲେ କୋଭିଡରେ ଆକ୍ରାନ୍ତ ହେବେ ନାହିଁ ବୋଲି କହିଛନ୍ତି। ତେବେ ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତି ସତର୍କତା ଅବଲମ୍ବନ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି।

Breaking News