ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ । ବଦଳିଲେ ସୁନ୍ଦରଗଡ଼ ଟାଉନ ଥାନା ଅଧିକାରୀ । ସୁନ୍ଦରଗଡ଼ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ବଜାରରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ବଡ଼ ପଦକ୍ଷେପ ନେଇଛି ଜିଲ୍ଲା ଏସପି । ଘଟଣାରେ ଟାଉନ ଥାନା ଅଧିକାରୀ ପ୍ରୀତି ମଞ୍ଜରୀ ମେଣ୍ଡୁଲିଙ୍କୁ ବଦଳି କଲେ ସୁନ୍ଦରଗଡ଼ ଏସପି । ଗତ ୧୫ତାରିଖରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ଘଟଣା ପରେ ସହରରେ ଗୋଟିଏ ଦିନ ପାଇଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଥିଲା । ଏହାସହ ୨୪ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସହରରେ ଇଣ୍ଟରନେଟ ବନ୍ଦ ମଧ୍ୟ ହୋଇଥିଲା ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..