ରିପୋର୍ଟ କାର୍ଡ / ଭୁବନେଶ୍ୱର
ଡିସେମ୍ବର ୩୧ ରେସନ କାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଅବଧିର ଶେଷ ତାରିଖ ଥିଲା; କିନ୍ତୁ ଅଦ୍ୟାବଧି ୧୩,୪୨,୪୫୩ ଜଣ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ରେସନ କାର୍ଡ ହିତାଧିକାରୀଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଇ-କେୱାଇସି ଅବଧି ଆଉ ଦୁଇ ମାସ ବୃଦ୍ଧି କରିଛନ୍ତି। ଅର୍ଥାତ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଇ-କେୱାଇସି କରାଯାଇ ପାରିବ ବୋଲି ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି, ଏଯାବତ ୯୬% ହିତାଧିକାରୀ ଇ-କେୱାଇସି କରି ସାରିଲେଣି। ୪% ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଯେଉଁ ହିତାଧିକାରୀ ଇ-କେୱାଇସି କରିନାହାନ୍ତି ସେମାନେ ତୁରନ୍ତ ଇ-କେୱାଇସି କରି ନିଅନ୍ତୁ। ବିଶେଷ କରି କଟକ ଏବଂ ଉପକୂଳବର୍ତ୍ତୀ ଜିଲା ଗୁଡିକରେ ରେସନ କାର୍ଡ ହିତାଧିକାରୀଙ୍କ ଇ-କେୱାଇସି ପ୍ରତିଶତ କମ୍ ରହିଛି। ମନ୍ତ୍ରୀ କହିଛନ୍ତି, ସରକାର ଚାହୁଁଛନ୍ତି କୌଣସି ଯୋଗ୍ୟ ହିତାଧିକାରୀଙ୍କ ରେସନ କାର୍ଡ ନ କଟୁ, ତେଣୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଇ-କେୱାଇସି କରି ନଥିବା ହିତାଧିକାରୀ ଇ-କେୱାଇସି ଭରି ଦିଅନ୍ତୁ। ଏପର୍ଯ୍ୟନ୍ତ ୮ଲକ୍ଷ ନୂଆ ରେସନ କାର୍ଡ ବଣ୍ଟନ ହୋଇଛି। ସୂଚନାଯୋଗ୍ୟ, ରାଜ୍ୟରେ ୩, ୨୫, ୫୧, ୭୭୩ଜଣ ହିତାଧିକାରୀଙ୍କ ଇ-କେୱାଇସି କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏହା ଭିତରେ ୩ କୋଟି ୧୨ଲକ୍ଷ ଲୋକ ନିଜ ଇ-କେୱାଇସି କରିସାରିଛନ୍ତି। ଆହୁରି ୧୩,୪୨,୪୫୩ ଜଣ ଇ-କେୱାଇସି କରିନାହାନ୍ତି।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..