ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଝି ଆକାଶରେ ବିମାନରେ ଦେଖାଗଲା ସମସ୍ୟା । ଜରୁରୀ ଅବତରଣ ଯୋଗୁଁ ବଞ୍ଚିଗଲା ୧୬୦ ଯାତ୍ରୀଙ୍କ ଜୀବନ । ଲ୍ୟାଣ୍ଡିଂ ଗିଅର ଏବଂ ଟାୟାରରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ କୋଚିରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ସୂଚନା ଅନୁସାରେ ଜେଦ୍ଦାରୁ କୋଝିକୋଡ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଆଇଏକ୍ସ-୩ଏୟାର Air ୯୮ ରେ ଲ୍ୟାଣ୍ଡିଂ ଗିଅର ଏବଂ ଟାୟାରରେ ଯାନ୍ତ୍ରିକ ସମସ୍ୟା ଦେଖା ଦେଇଥିଲା । ଯେଉଁଥିପାଇଁ ବିମାନଟିକୁ କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡିଥିଲା । ବିମାନରେ ୧୬୦ଜଣ ଯାତ୍ରୀ ଯାତ୍ରା କରୁଥିଲେ । ହଠାତ ଡାହାଣ ମୁଖ୍ୟ ଲ୍ୟାଣ୍ଡିଂ ଗିଅର ଏବଂ ଟାୟାରରେ ଯାନ୍ତ୍ରିକ ସମସ୍ୟା ଦେଖା ଯାଇଥିଲା । ପରେ ବିମାନକୁ କୋଚି ସ୍ଥାନାନ୍ତର କରାଯାଇ ଜରୁରୀ ଅବତରଣ କରାଯାଇଥିଲା । ଭାରତୀୟ ସମୟ ଅନୁସାରେ ସକାଳ ୦୯:୦୭ରେ ବିମାନଟି ସୁରକ୍ଷିତ ଭାବରେ ଜରୁରୀକାଳୀନ ଅବତରଣ କରିଥିଲା । ବିମାନବନ୍ଦର କର୍ତ୍ତୃପକ୍ଷଙ୍କ କହିଛନ୍ତି ଯେ, ସେମାନେ ବିମାନରୁ ବାର୍ତ୍ତ ପାଇବା ମାତ୍ରେ ସମସ୍ତ ଜରୁରୀକାଳୀନ ସେବା ସକ୍ରିୟ କରାଯାଇଥିଲା। ଯାତ୍ରୀ କିମ୍ବା କର୍ମଚାରୀଙ୍କ ମଧ୍ୟରେ କୌଣସି ଆହତ ହୋଇ ନଥିବା ତଥ୍ୟ ରହିଛି । ଅବତରଣ ପରେ ଯାଞ୍ଚ ନିଶ୍ଚିତ କରି ଉଭୟ ଡାହାଣ ପାର୍ଶ୍ୱ ଟାୟାର ଫାଟିଯାଇଥିବା ତଥ୍ୟ ଦେଇଛି କର୍ତ୍ତୃପକ୍ଷ ।






More Stories
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..
ଇମ୍ରାନ୍ ଖାନ୍ ଏବଂ ବୁଶରା ବିବିଙ୍କୁ ଜେଲ୍ ଦଣ୍ଡ……
ଆମେରିକା ପ୍ରତିରକ୍ଷା ସଚିବଙ୍କ କଡ଼ା ଚେତାବନୀ…..