Report Card Odisha

| Daily Odia News

ସାଧାରଣ ଏସି କୋଚ୍‌ରେ ଯାତ୍ରା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନଭେମ୍ବର ୨୧ ତାରିଖରେ ‌ଭାରତୀୟ ରେଳବାଇର ଚକ୍ରଧରପୁର ମଣ୍ଡଳର ବାଦାମପାହାଡ଼ ରେଳ ‌ଷ୍ଟେସନ(ଓଡ଼ିଶା) ରୁ ୧୯୩୨ ମସିହା ପରେ ପ୍ରଥମ ଥର ପାଇଁ କୋଲକାତା-ରାଉରକେଲା ପାଇଁ ମେଲ୍‌ ଓ ଏକ୍ସପ୍ରେସ୍‌ ଟ୍ରେନର ଚଳାଚଳ ଆରମ୍ଭ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଦାମପାହାଡ଼ ରେଳ ଷ୍ଟେସନରୁ ସବୁଜ ପତାକା ଦେଖାଇ ୩ଟି ଟ୍ରେନ୍‌ର ଶୁଭାରମ୍ଭ କରିବେ। ଏଥିରୁ ସେ ଗୋଟିଏ ଟ୍ରେନ୍‌(ବାଦାମପାହାଡ଼-କୋଲକାତା)ର ଏସି-୧ କୋଚ୍‌ରେ ପାଖାପାଖି ୩୨ କିଲୋମିଟର ଯାତ୍ରା କରିବେ। ଭାରତୀୟ ରେଳ ଇତିହାସରେ ଏହା ପ୍ରଥମ ଅବସର ହେବ ଯେତେବେଳେ ଦେଶର ରାଷ୍ଟ୍ରପତି ତାଙ୍କର ସ୍ବତନ୍ତ୍ର ପ୍ରେସିଡେନସିଆଲ୍‌ ଟ୍ରେନ ପରିବର୍ତ୍ତେ ସାଧାରଣ ଏସି କୋଚ୍‌ରେ ଯାତ୍ରା କରିବେ। ରାଷ୍ଟ୍ରପତି ପଦରେ ଅଳଂକୃତ ହେବା ପରଠାରୁ ଶ୍ରୀମତୀ ମୁର୍ମୁଙ୍କର ସାଧାରଣ ଜନତାଙ୍କ ସହିତ ସିଧାସଳଖ ଯୋଡ଼ି ହେବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦ‌କ୍ଷେପ ବୋଲି କୁହାଯାଉଛି।

Breaking News