Report Card Odisha

| Daily Odia News

ଫେବୃଆରୀ ୧ ରୁ ପଦୋନ୍ନତି ଅଦାଲତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ଫେବୃଆରୀ ୧ରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପଦୋନ୍ନତି ଅଦାଲତ ଆୟୋଜନ ହେବ। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି  | ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଯେଉଁ ସରକାରୀ କର୍ମଚାରୀମାନେ ପଦୋନ୍ନତି ପାଇପାରିଥାନ୍ତେ | କିନ୍ତୁ ପାଇନାହାନ୍ତି ସେସବୁ ପଦୋନ୍ନତି ପ୍ରସଙ୍ଗଗୁଡ଼ିକ ଉପରେ ପଦୋନ୍ନତି ଅଦାଲତରେ ବିଚାରକୁ ନିଆଯିବ। ବର୍ତ୍ତମାନ ସୁଦ୍ଧା ଇମେଲ ଜରିଆରେ ସମୁଦାୟ ୧୩୨୬ଟି ଆବେଦନପତ୍ର ଗ୍ରହଣ କରାଯାଇଛି। ତନ୍ମଧ୍ୟରୁ gadmin.or@nic.in ଜରିଆରେ ମିଳିଥିବା ୬୭୧ଟି ଆବେଦନପତ୍ର ଓ ପଦୋନ୍ନତି ପୋର୍ଟାଲ http://promotion.hrmsodisha.gov.in ଜରିଆରେ ମିଳିଥିବା ୬୫୫ଟି ଆବେଦନପତ୍ରକୁ ପଦୋନ୍ନତି ଅଦାଲତରେ ପେଶ୍ କରାଯିବ। ଆବେଦନକାରୀମାନଙ୍କୁ ପ୍ରାପ୍ତିସ୍ୱୀକାର ପଠାଇ ଦିଆଯାଇଛି। ଇମେଲ ବା ପଦୋନ୍ନତି ଅଦାଲତ ପୋର୍ଟାଲରେ ଉପଲବ୍ଧ ପ୍ରାପ୍ତିସ୍ୱୀକାରର ଗୋଟିଏ ଫଟୋକପି ଆନିବାକୁ ସଂପୃକ୍ତ ଆବେଦନକାରୀମାନଙ୍କୁ ପରାମର୍ଶ ଦିଆଯାଇଛି।ପଦୋନ୍ନତି ଅଦାଲତ ଅନୁଷ୍ଠିତ ହେଉଥିବା ସ୍ଥାନଗୁଡ଼ିକରେ କେବଳ ଆବେଦନକାରୀମାନେ ପ୍ରବେଶ କରିପାରିବେ। ପଦୋନ୍ନତି ଅଦାଲତଗୁଡ଼ିକର ବିସ୍ତ୍ରୁତ କାର୍ଯ୍ୟସୂଚୀ ସାଧାରଣ ପ୍ରକାଶକ ଓ ପେନ୍‌ସନ୍ ଅଭିଯୋଗର ବବସାଇଟ୍‌ରୁ ପାଇପାରିବେ। ଆବଶ୍ୟକ ସ୍ଥଳେ ସମୟ ନିର୍ଘଣ୍ଟକୁ ବୃଦ୍ଧି କରାଯାଇପାରେ।

 

Breaking News