Report Card Odisha

| Daily Odia News

ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ଏପର୍ଯ୍ୟନ୍ତ ୧୦ ଲକ୍ଷ ୫୦ ହଜାର ମେଟ୍ରିକ୍‌ ଟନ ଧାନ କିଣା ଯାଇଛି। ସେଥିମଧ୍ୟରୁ ୨ ଲକ୍ଷ ୩୦ ହଜାର ଚାଷୀ ଧାନ ବିକିଥିବାବେଳେ ୧୮ଟି ଜିଲାରେ ଏବେ ବି ଧାନକିଣା ଜାରି ରହିଛି। ୧୧ ଲକ୍ଷ ଚାଷୀଙ୍କୁ ଟୋକନ ଦିଆଯିବା ସହ ଚାଷୀଙ୍କ ଆକାଉଣ୍ଟକୁ ୨୩୫୦ କୋଟି ଟଙ୍କା ଯାଇଥିବା ମନ୍ତ୍ରୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଚଳିତବର୍ଷ ସବୁ ଚାଷୀଙ୍କ ଧାନ କିଣାଯିବ।

Breaking News