ରିପୋର୍ଟ କାର୍ଡ / ବଲାଙ୍ଗିର
ନିଶାରେ ଚୁର୍ ଥିଲେ। ନାଗ ସାପଟିଏ ଧରି ଖେଳିବା ସହ ପାଟିରେ ସାପର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲେ। ସେ ଜୀବନ୍ତ ସାପକୁ ଖାଇ ଦେଇଥିବା କୁହାଯାଉଥିବା ବେଳେ ସାପ କାମୁଡ଼ାରେ ଗୁରୁତର ହୋଇଥିଲେ। ମାତ୍ର ଚିକିତ୍ସା ପରେ ସେ ହସ୍ପିଟାଲରୁ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲା ତୁଷୁରା ଥାନା ତେନ୍ତୁଳିଖୁଣ୍ଟି ଗ୍ରାମରେ। ସୂଚନା ଅନୁସାରେ, ଗ୍ରାମର ପ୍ରେମା ଭୋଇ(୪୫) ଆଜି ନିଶାସକ୍ତ ଅବସ୍ଥାରେ ଏକ ନାଗକୁ କାମୁଡ଼ି ଖାଇ ଦେଇଥିବା ଚର୍ଚ୍ଚା ହୋଇଥିଲା। ନିକଟରେ ଥିବା ଲୋକଙ୍କ କହିବା ମୁତାବକ, ପ୍ରେମା ସାପକୁ ଧରି ଖେଳିବା ସହ ପାଟିରେ କାମୁଡ଼ି ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲେ। ସାପ ତାଙ୍କୁ ଚୋଟ ମାରିଥିଲା। ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ନେଇଥିଲେ। ଜୀବନ୍ତ ନାଗ ଖାଇଥିବାରୁ ବିଷକ୍ରିୟା ହୋଇପାରେ ବୋଲି ତୁରନ୍ତ ଡାକ୍ତର ତାଙ୍କର ଚିକିତ୍ସା ଓ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ। ଏହି ଘଟଣା ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ଖବର ଲେଖା ହେବା ବେଳକୁ ତାଙ୍କୁ ସୁସ୍ଥ ଘୋଷଣା କରି ଡାକ୍ତରଖାନା ପକ୍ଷରୁ ଘରକୁ ଫେରାଇ ଦିଆଯାଇଥିବା ଜଣାପଡ଼ିଛି।
More Stories
‘ବଳଙ୍ଗା ପୀଡ଼ିତାଙ୍କ ଚିକିତ୍ସାରେ ନିୟୋଜିତ ୧୪ ଜଣିଆ ଟିମ୍’…..
ପ୍ରମୋସନ ପାଇଁ ଧରାଧରି ଆଉ ଚଳିବ ନାହିଁ…..
୨୧ରେ ଆରଡିସି ଅଫିସ୍ ଘେରିବ ବିଜେଡି……