ରିପୋର୍ଟ କାର୍ଡ / ଆନନ୍ଦପୁର
କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ତଳଗାଁର ସୁରେନ୍ଦ୍ର ମହାକୁଡଙ୍କ ପୁଅ ବିପିନଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ହରିଚନ୍ଦନପୁର ହାଟ ତୋଟା ନିକଟରେ ଥିବା ଟୁକ ବ୍ରହ୍ମଙ୍କ ସାଇକେଲ ଦୋକାନ ବାରଣ୍ଡାରୁ ମୃତଦେହ ଜବତ କରିଛି ପୋଲିସ। ବ୍ୟବସାୟୀ ବ୍ରହ୍ମ ସକାଳେ ଦୋକାନ ଖୋଲିବାକୁ ଯାଇଥିବାବେଳେ ତାଙ୍କ ଦୋକାନ ବାରଣ୍ଡାରେ ବିପିନ ଶୋଇ ଥିବାବେଳେ ତାଙ୍କ ପ୍ଲାଷ୍ଟିକ ବ୍ୟାଗ, ଚଷମା,ଚପଲ ଅଲଗା ଅଲଗା ସ୍ଥାନରେ ପଡ଼ିଥିଲା । ଏ ସଂପର୍କରେ ସେ ହରିଚନ୍ଦନପୁର ଥାନାକୁ ଜଣାଇଥିଲେ । ବିପିନ ସାରେ ଅନ୍ୟ ଦୁଇଜଣ ସାଙ୍ଗ ସହ ହରିଚନ୍ଦନପୁର ଆସିଥିଲା । ଥାନାର ଏସଆଇ କଳ୍ପତରୁ ନାୟକ ୧୮/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମଢତଦେହ ବ୍ୟବଚ୍ଛେଦ କରାଇଛନ୍ତି । ତାଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହ କରୁଛନ୍ତି ବିପିନଙ୍କୁ ଘରୁ ଡାକି ଆଣି ମାରି ଦେଇଥିବା କହିଛନ୍ତି। । ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ବିପିନଙ୍କ କିପରି ମତ୍ୟୁ ଘଟିଲା ତାହା ଜଣାପଡ଼ିବ ବୋଲି ପୋଲିସ ସୁଚନା ଦେଇଛି ।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..