Report Card Odisha

| Daily Odia News

ବାପର ମୁଣ୍ଡ ହାଣିଲା ପୁଅ…..

ରିପୋର୍ଟ କାର୍ଡ / ବାରିପଦା

ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ଚାନ୍ଦୁଆ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ପୁଅ ଅତି ନୃଶଂସ ଭାବେ ବାପାକୁ ହତ୍ୟା କରିଛି ଏବଂ ହତ୍ୟା ପରେ ବାପାଙ୍କ ଶରୀରରୁ ମୁଣ୍ଡକୁ କାଟି ଅଲଗା କରିଦେଇଛି। ଏହାପରେ ବାପାର କଟାମୁଣ୍ଡ ଧରି ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ସାନପୁଅର ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟଣା ଚାନ୍ଦୁଆ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପାରିବାରିକ କାରଣରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ପାରିବାରିକ କହଳ ଯୋଗୁଁ ସାନପୁଅ ପ୍ରଥମେ ବାପାକୁ ହତ୍ୟା କରିଥିଲା ଏବଂ ପରେ ବାପାର ଶରୀରରୁ ମୁଣ୍ଡକୁ କାଟି ଅଲଗା କରିଦେଇଥିଲା । ଏହାପରେ ବାପାର କଟାମୁଣ୍ଡ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ବିଭତ୍ସ ଭାବେ ହତ୍ୟା ପରେ ବାପାର କଟା ମୁଣ୍ଡ ଧରି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସାନପୁଅ ମା’କୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିବା ସୂଚନା ମିଳିଛି। ତେବେ କୌଶଳକ୍ରମେ ପୁଅର ମରଣାନ୍ତକ ଆକ୍ରମଣରୁ ମା’ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌‌ ଆରମ୍ଭ କରିଛି। ପାରିବାରିକ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିବା ଏବଂ ଅଭିଯୁକ୍ତ ପୁଅକୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଛି।

Breaking News