Report Card Odisha

| Daily Odia News

ରାଜ୍ୟ ବଦଳାଇପାରିବନି କେନ୍ଦ୍ରୀୟ ଆଇନ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପ୍ରଦୂଷଣ ପ୍ରମାଣପତ୍ର ନ ଥିବା ଯାନବାହନ ଗୁଡିକ ଲାଗି ଜିଜିଆ କର ଭଳି ବିପୁଳ ଜୋରିମାନାକୁ ନେଇ ଜନତାଙ୍କ ଆକ୍ରୋଶ ଚରମ ସୀମାରେ ରହିଛି। ଏହାକୁ ହ୍ରାସ କରି ଜନ ଅସନ୍ତୋଷକୁ କମାଇବା ଲାଗି ପରିବହନ ବିଭାଗ ପକ୍ଷରୁ ଦୁଇ ଦିନ ତଳେ ଯେଉଁ ପ୍ରୟାସ କରାଯିବା ନେଇ ସୂଚନା ଦିଆଯାଇଥିଲା, ତାହାକୁ ଝଟ୍‌କା ଲାଗିଛି। ରାଷ୍ଟ୍ରପତିଙ୍କ ବିନା ଅନୁମୋଦନରେ କୌଣସି ରାଜ୍ୟ କେନ୍ଦ୍ର ମୋଟରଯାନ ଆଇନରେ ସଂଶୋଧନ କରିପାରିବେ ନାହିଁ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ସ୍ପଷ୍ଟ ଜଣାଇ ଦେଇଛି। ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ପରିବହନ ବିଭାଗ ପ୍ରମୁଖ ସଚିବ ଏବଂ ପରିବହନ ଆୟୁକ୍ତଙ୍କୁ ପତ୍ର ଲେଖି ଦର୍ଶାଯାଇଛି, ଏକ ରାଜ୍ୟ କେନ୍ଦ୍ରୀୟ ମୋଟରଯାନ ଆଇନ ୨୦୧୯ରେ ସଂଶୋଧନ କରି ଧାର୍ଯ୍ୟ ଜୋରିମାନା ପରିମାଣକୁ ହ୍ରାସ କରିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଜରିଆରେ ଆଟର୍ଣ୍ଣି ଜେନେରାଲଙ୍କ ମତାମତ ଲୋଡ଼ା ଯାଇଥିଲା। ଆଟର୍ଣ୍ଣି ଜେନେରାଲ ନିଜ ମତରେ ଉଲ୍ଲେଖ କରିଛନ୍ତି, କେନ୍ଦ୍ରୀୟ ମୋଟରଯାନ ଆଇନ ସଂସଦ ଦ୍ବାରା ପ୍ରଣୟନ କରାଯାଇଛି। ରାଷ୍ଟ୍ରପତିଙ୍କ ବିନା ଅନୁମୋଦନରେ କୌଣସି ରାଜ୍ୟ ଏହି ଆଇନରେ ସଂଶୋଧନ କରି ଜୋରିମାନା ପରିମାଣ ହ୍ରାସ କରି ପାରିବେ ନାହିଁ। କେନ୍ଦ୍ର ସରକାର ଯେଉଁ ଆଇନ ଲାଗୁ କରୁଛନ୍ତି, ତାହାକୁ କାର୍ଯ୍ୟକାରୀ କରିବା ରାଜ୍ୟ ସରକାରଙ୍କ ପାଇଁ ଜରୁରୀ ବୋଲି ମନ୍ତ୍ରଣାଳୟ କହିଛି।

Breaking News