ରିପୋର୍ଟ କାର୍ଡ / ଭୁବନେଶ୍ୱର
ରୋମାନ କାଥୋଲିକ୍ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ଙ୍କର ବିୟୋଗରେ ରାଜ୍ୟ(ଓଡିଶା) ୩ ଦିନିଆ ଶୋକ ପାଳିବ। ଏପ୍ରିଲ ୨୨ (ମଙ୍ଗଳବାର) ଏବଂ ଏପ୍ରିଲ ୨୩ (ବୁଧବାର) ରାଜ୍ୟ ସରକାର ଶୋକ ଦିବସ ପାଳନ କରିବେ। ସେହିଭଳି ଶେଷକୃତ୍ୟ ଦିନ ମଧ୍ୟ ରାଜ୍ୟରେ ପାଳନ ହେବ ଶୋକ ଦିବସ ବୋଲି ସୂଚନା ଦିଆଯାଇଛି। ସୂଚନା ଥାଉ କି, ପୋପ୍ ଫ୍ରାନ୍ସିସ୍ଙ୍କର ଦେହାନ୍ତରେ ଭାରତ ସରକାର ସୋମବାର ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ତାଙ୍କ ସମ୍ମାନାର୍ଥେ ସାରା ଭାରତରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ଏପ୍ରିଲ ୨୨ (ମଙ୍ଗଳବାର) ଏବଂ ଏପ୍ରିଲ ୨୩ (ବୁଧବାର) ଦୁଇ ଦିନ ପାଇଁ ରାଷ୍ଟ୍ର ଶୋକ ପାଳନ କରାଯିବ ବୋଲି ବିବୃତ୍ତିରେ କୁହାଯାଇଛି। ଏହା ବ୍ୟତୀତ, ଶେଷକୃତ୍ୟ ଦିନ ଗୋଟିଏ ଦିନ ପାଇଁ ରାଜ୍ୟ ଶୋକ ପାଳନ କରାଯିବ। ବିବୃତ୍ତିରେ କୁହାଯାଇଛି ଯେ ରାଷ୍ଟ୍ରୀୟ ଶୋକ ସମୟରେ, ସାରା ଭାରତରେ ଯେଉଁଠାରେ ନିୟମିତ ଭାବରେ ଜାତୀୟ ପତାକା ଉଡ଼ାଯାଏ, ସେହି ସମସ୍ତ କୋଠାରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ। ଶୋକ ସମୟରେ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ। ସୂଚନା ଥାଉ କି, ପୋପ୍ ଫ୍ରାନ୍ସିସ୍ଙ୍କର ସୋମବାର ସକାଳେ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଇ
More Stories
କୁବେର ମୁଖ୍ୟଯନ୍ତ୍ରୀ ଗିରଫ…..
୧୯ ଘଣ୍ଟା ଅଟକ ପରେ ବିଧାୟକଙ୍କୁ ଛାଡିଲା ପୋଲିସ…..
ସାପ କୁ ଆଘାତ ଦେଲେ ଝିଅ ଦେହରେ ଦାଗ……