Report Card Odisha

| Daily Odia News

ଭୟଙ୍କର ହେଲା ବାତ୍ୟା!…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଗଭୀର ଅବପାତ, ସନ୍ଧ୍ୟାରେ ନେବ ବାତ୍ୟାର ରୂପ । ୨୮ ତାରିଖ ସଂଧ୍ୟାରୁ ମଧ୍ୟରାତ୍ର ଭିତରେ ଲ୍ୟାଣ୍ଡଫଲ୍ ସମ୍ଭାବନା । ଆନ୍ଧ୍ରପ୍ରଦେଶ କାକିନାଡ଼ା ପାଖରେ ଅତିକ୍ରମ କରିବ ସ୍ଥଳଭାଗ । ୧୦୦ କିମି ବେଗରେ ବହିପାରେ ପବନ । ଗଭୀର ଅବପାତରେ ପରିଣତ ହେଲା ଅବପାତ । ଆଗାମୀ ୧୨ ଘଣ୍ଟାରେ ବାତ୍ୟା । ଆଜି ସକାଳ ୫ଟା ୩୦ ମିନିଟ ବେଳର ଉପଗ୍ରହ ପର୍ଯ୍ୟବେକ୍ଷଣ ଅନୁଯାୟୀ ଗତକାଲିର ଅବପାତ ଘନୀଭୂତ ହୋଇ ତୀବ୍ର ଅବପାତରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା ସମ୍ଭାବନା। ଏହା ଗୋପାଳପୁରଠାରୁ ୯୭୦ କିମି ଏବଂ କାକିନାଡ଼ାଠାରୁ ୮୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇ ରହିଛି । ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ଗଭୀର ଅବପାତରେ ପରିଣତ ହେବ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହି ଗଭୀର ଅବପାତ ଆଜି ସଂଧ୍ୟାରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ । ବାତ୍ୟାରେ ପରିଣତ ହେବା ପରେ ଏହା ଉତ୍ତର- ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହି ବାତ୍ୟା ଭୀଷଣ ରୂପ ନେଇ ୨୮ ତାରିଖ ସନ୍ଧ୍ୟାରୁ ମଧ୍ୟରାତ୍ରୀ ଭିତରେ କଳିଙ୍ଗପଟନମ୍‌ ଓ ମଛଲିପଟନମ୍‌ ମଧ୍ୟରେ ଅର୍ଥାତ୍ କାକିନାଡ଼ା ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଉପକୂଳ ଅତିକ୍ରମ କଲା ବେଳେ ପବନର ବେଗ ଘଣ୍ଟା ପ୍ରତି ୯୦ କିଲୋମିଟରରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ । ଝଟକା ପବନ ବା ପବନର ସର୍ବାଧିକ ବେଗ ୧୧୦ କିଲୋମିଟର ହୋଇପାରେ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି |

Breaking News