ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଲାଲକିଲାରେ ଘଟିଥିବା ବିସ୍ଫୋରଣ ଏକ ଆତ୍ମଘାତୀ ବିସ୍ଫୋରଣ ନୁହେଁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସନ୍ଦିଗ୍ଧ ଜଣଙ୍କ ଆତ୍ମଘାତୀ ବିସ୍ଫୋରଣ ଘଟାଇବା ଯୋଜନାରେ ଆସି ନଥିଲା। କାରଣ ଏହା ନିର୍ଦ୍ଧିଷ୍ଟ ସ୍ଥାନକୁ ଟାର୍ଗେଟ କରି ବିସ୍ଫୋରଣ ଘଟାଇ ନଥିଲା। ଯୋଜନାବଦ୍ଧ ଭାବେ ବିସ୍ଫୋରଣ ଘଟାଇଥିଲେ ଅଧିକ ସଂଖ୍ୟକ ଲୋକ ମୃତ ଓ ଆହତ ହୋଇଥାନ୍ତେ। ତଦନ୍ତକାରୀ ଏଜେନ୍ସିର ସୂତ୍ରକୁ ଆଧାର କରି ପ୍ରକାଶିତ ରିପୋର୍ଟ ଅନୁଯାୟୀ ସନ୍ଦିଗ୍ଧ ଜଣଙ୍କ ନିଯୋଜା ପୂର୍ବରୁ ଆଗୁଆ ବିସ୍ଫୋରଣ ଘଟାଇଥିଲା। କାରଣ ଶନିବାର ଓ ରବିବାର ହରିୟାଣାର ଫରିଦାବାଦରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ଏଜେନ୍ସି ପକ୍ଷରୁ ଯାଞ୍ଚ ଆରମ୍ଭ କରାଯାଇଥିଲା। ଫରିଦାବାଦ, ଉତ୍ତରପ୍ରଦେଶ ସାହରଣପୁର ଓ ଜାମ୍ମୁ-କାଶ୍ମୀରର ପୁଲୱାମାରୁ ୪ଜଣ ଡାକ୍ତରଙ୍କୁ ୪ଦିନ ମଧ୍ୟରେ ଗିରଫ କରାଯାଇଥିଲା। ଏହି ଡାକ୍ତରମାନେ ଆନ୍ତଃ ରାଜ୍ୟ ଆତଙ୍କବାଦୀ ନେଟୱର୍କକୁ ଚଳାଇବା ସହିତ ଆକ୍ରମଣ ପାଇଁ ଯୋଜନା କରିଥିଲେ। ସେମାନଙ୍କ ଠାରୁ ପ୍ରାୟ ୨୯୦୦ କିଲୋ ବିସ୍ଫୋରକ ଓ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ଗିରଫ ଡାକ୍ତରଙ୍କ ମଧ୍ୟରୁ ଦୁଇଜଣ ମଜାମିଲ୍ ସକିଲ ଓ ମହିଳା ଡାକ୍ତର ସାହିନ ସାହିଦ ଫରିଦାବାଦସ୍ଥିତ ଅଲ୍ ପଲାହ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ଲାଲକିଲା ବିସ୍ଫୋରଣର ସନ୍ଦିଗ୍ଧ ଡାକ୍ତର ଉମର ମହମ୍ମଦ ନବୀ ମଧ୍ୟ ଅଲ ପଲାହ ମେଡିକାଲ କଲେଜରେ ସହକାରୀ ପ୍ରଫେସର ଥିଲା।ମୁଜାମିଲ ସକିଲ ଓ ସାହିନ ସାହିଦଙ୍କୁ ପୋଲିସ ଗିରଫ କରିବା ପରେ ଉମର ମହମ୍ମଦ ଭୟଭୀତ ହୋଇପଡିଥିଲା। ତାକୁ ପୋଲିସ ଗିରଫ କରିବା ନେଇ ଆଶଙ୍କା ପ୍ରକାଶ କରିଥିଲା। ଏପରି ଆଶଙ୍କା ମଧ୍ୟରେ ସକିଲ ଏହାର ଯୋଜନାକୁ ଆଗୁଆ କାର୍ଯ୍ୟକାରୀ କରିବା ପୂର୍ବକ କାର୍ ବିସ୍ଫୋରଣ ଘଟାଇଥିବା ପ୍ରାଥମିକ ଭାବେ କୁହାଯାଇଛି। ସକିଲ ଯଦି ଯୋଜନାବଦ୍ଧ ଭାବେ ବିସ୍ଫୋରଣ ଘଟାଇବାକୁ ଆସିଥାନ୍ତା ତେବେ ସେ ବିସ୍ପୋରଣ ସହିତ ସାର୍ପନେଲ (ଧାରୁଆ ଜିନିଷ) ଖଞ୍ଜିଥାନ୍ତା।






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……