Report Card Odisha

| Daily Odia News

ଗୁଳିକରି ମୃତଦେହ ଟାଙ୍ଗିଲା ତାଲିବାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୁଣି କ୍ରୁର ହୋଇଛି ତାଲିବାନ | ଦେଖିବାକୁ ମିଳିଛି ତାଲିବାନମାନେ ଜଣେ ଯୁବଙ୍କୁ ତାଙ୍କ ଘରୁ ଡାକି ଗୁଳି କରି ହତ୍ୟା କରିବା ପରେ ମୃତଦେହକୁ ଏକ ବଜାରରେ ଟାଙ୍ଗି ଦେଇଛନ୍ତି। ଆଫଗାନିସ୍ତାନର ବାଗଲାନ ପ୍ରଦେଶର ଆନ୍ଦରାବ ଜିଲ୍ଲାରେ ଏହି ‌ଘଟଣା ଘଟିଛି। କାସା ତରାଶ ଅଞ୍ଚଳର ବାସିନ୍ଦା ଉକ୍ତ ଯୁବକଙ୍କୁ ଗତ ୨୦ ତାରିଖରେ ଗୁଳି କରି ହତ୍ୟା କରାଯାଇଥିଲା। ୨୧ ତାରିଖରେ ସ୍ଥାନୀୟ ବାସିନ୍ଦା ଯୁବକଙ୍କ ଶବକୁ ଜିଲ୍ଲାର ରାଜଧାନୀକୁ ଆଣି ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଲିବାନଙ୍କଠାରୁ ହତ୍ୟାର ସ୍ପଷ୍ଟୀକରଣ ମାଗିଥିଲେ। ଆଫଗାନିସ୍ତାନର ମିଳିତ ଜାତିସଂଘର ସହାୟତା ମିସନ (ୟୁଏନ୍‌ଏମ୍‌ଏ) ଦ୍ବାରା ତାଲିବାନ ହତ୍ୟାକାଣ୍ଡ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ଏହି ବର୍ବର କାଣ୍ଡ ଘଟିଛି। ୟୁଏନ୍‌ଏମ୍‌ଏ ରିପୋର୍ଟରେ ଦର୍ଶାଯାଇଛି ଯେ ତାଲିବାନ କ୍ଷମା ପ୍ରାର୍ଥନା ପାଇଁ ପ୍ରତିଶ୍ରୁତିବଦ୍ଧ ନୁହେଁ। ଗତ ୧୦ ମାସ ମଧ୍ୟରେ ୧୦ରୁ ଅଧିକ ପୂର୍ବତନ ସୁରକ୍ଷା ବାହିନୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ମିଳିତ ଜାତିସଂଘ ମିସନ ଏହା ମଧ୍ୟ କହିଛି ଯେ ଆଫଗାନିସ୍ତାନରେ ମାନବିକ ଅଧିକାର ଉଲ୍ଲଂଘନକୁ ରୋକିବା କିମ୍ବା ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ସି) ଏବଂ ଆନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ର ପ୍ରମୁଖ ଭୂମିକା ରହିଛି।

Breaking News