Report Card Odisha

| Daily Odia News

ପୁନର୍ବିଚାର ହେବ ସଂଶୋଧିତ ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତି…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତି ପୁନର୍ବିଚାର ହେବ । ଆଜି ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏନେଇ ଗୃହରେ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ । ପୁନର୍ବିଚାର ପାଇଁ ଏହି ଅଧିନିୟମକୁ ଆଦିବାସୀ ଉପଦେଷ୍ଟା ପରିଷଦ ନିକଟକୁ ପଠାଗଲା। ତର୍ଜମା କରିବାକୁ ଆଦିବାସୀ ଉପଦେଷ୍ଟା ପରିଷଦକୁ ସୁପାରିସ କରାଯାଇଛି। ସୂଚନା ଅନୁସାରେ ଆଦିବାସୀ ଜମି ବିକ୍ରି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିବାର ୪୮ ଘଣ୍ଟା ପରେ ରୋକ୍ ଲାଗିଥିଲା । ଆଦିବାସୀ ଜମିଜମା ବିକ୍ରି ସଂଶୋଧନ ପ୍ରସ୍ତାବକୁ ଗତ ୧୪ ତାରିଖରେ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା । ଆଦିବାସୀମାନେ ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର କରିବା ସହ ଶିକ୍ଷା, ଶିଳ୍ପ ଓ ବ୍ୟବସାୟ ପାଇଁ ବ୍ୟାଙ୍କରେ ଜମିକୁ ବନ୍ଧକ ରଖିପାରିବେ ବୋଲି ପ୍ରସ୍ତାବରେ ଉଲ୍ଲେଖ ଥିଲା। କ୍ୟାବିନେଟ୍ ନିଷ୍ପତ୍ତି ହେବା ପରେ ଏହାକୁ ନେଇ ରାଜନୀତି ତେଜିଥିଲା । ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଏହି ନିଷ୍ପତ୍ତିକୁ କଡା ବିରୋଧ କରାଯାଇଥିଲା ।

Breaking News