ରିପୋର କାର୍ଡ଼ / ନୂଆଦିଲ୍ଲୀ
ଧାର୍ମିକ ସ୍ୱାଧୀନତାର ବାରମ୍ବାର ଉଲ୍ଲଂଘନ ପାଇଁ ରୁଷ୍ ଓ ଚୀନ୍କୁ କଳା ତାଲିକାଭୁକ୍ତ କରାଯାଇଛି। ଏନେଇ ଆମେରିକା ବୈଦେଶିକ ବିଭାଗ ପକ୍ଷରୁ କୁହାଯାଇଛି | ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ରୁଷ, ଚୀନ୍ ସମେତ ମୋଟ ୧୦ଟି ଦେଶକୁ ଏହି ତାଲିକା ଅନ୍ତର୍ଭୁକ୍ତ କରିଛନ୍ତି। ଗତ ବର୍ଷ ଏହି ତାଲିକାରେ ଥିବା ନାଇଜେରିଆକୁ ହଟାଯାଇଛି। ଏହି ତାଲିକାରେ ଥିବା ଅନ୍ୟ ଦେଶଗୁଡ଼ିକ ହେଉଛି ମିଆଁମାର, ଇରିଟ୍ରିଆ, ଇରାନ, ଉତ୍ତର କୋରିଆ, ପାକିସ୍ଥାନ, ସାଉଦି ଆରବ, ତାଜିକିସ୍ତାନ ଏବଂ ତୁର୍କମେନିସ୍ତାନ। ଆଲଜେରିଆ, କୋମୋରୋସ୍, କ୍ୟୁବା ଏବଂ ନିକାରାଗୁଆକୁ ୱାଚ୍ ତାଲିକାରେ ରଖାଯାଇଛି। ବ୍ଲିଙ୍କେନ୍ କହିଛନ୍ତି, ବିଭିନ୍ନ ରାଷ୍ଟ୍ରରେ ଲୋକାମାନେ ନିଜର ଧାର୍ମିକ ବିଶ୍ବାସ ଅନୁଯାୟୀ ଶାନ୍ତିରେ ଜୀବନଯାପନ କରିବାକୁ ଚାହୁଁଥିବା ବେଳେ ସରକାର ସେମାନଙ୍କୁ ଗିରଫ କରିବା ସହ ଧମକ ଦେଉଥିବା ଦେଖିବାକୁ ମିଳିଛି। ମାଳଦ୍ୱୀପରେ ଗଣତନ୍ତ୍ର ପ୍ରତି ବିପଦ ବଢ଼ୁଥିବାରୁ ଆମେରିକା ଚେତାବନୀ ଦେଇଛି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……