Report Card Odisha

| Daily Odia News

୨୯ରୁ ଆରମ୍ଭ ହେବ ସଂସଦର ଶୀତ କାଳିନ ଅଧିବେଶନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସନ୍ତା ୨୯ରୁ ଆରମ୍ଭ ହେବ ସଂସଦର ଶୀତ କାଳିନ ଅଧିବେଶନ। ଏହି ଅଧିବେଶନ‌ରେ ଆଗତ ହେବାକୁ ଥିବା ୨୬ଟି ନୂଆ ବିଲ୍‌ ତାଲିକା ଆଜି ସଂଧ୍ୟାରେ ଲୋକସଭା ସଚିବାଳୟ ପକ୍ଷରୁ ପ୍ରକାଶ କରାଯାଇଛି। ଏଥିରେ ଓଡ଼ିଶା ବିଧାନ ପରିଷଦ ଗଠନ ସଂକ୍ରାନ୍ତ ବିଲ୍‌ ସ୍ଥାନ ପାଇନାହିଁ। ଓଡ଼ିଶା ବିଧାନ ପରିଷଦ ଗଠନ ସଂକ୍ରାନ୍ତ ବିଲ୍‌ ଆଣିବା ପାଇଁ ବିଜେଡି ପକ୍ଷରୁ ପୂର୍ବରୁ ବହୁବାର ସର୍ବଦଳୀୟ ବୈଠକରେ ଦାବି କରାଯାଇଥିଲା। ଏହାକୁ ଗୁରୁତ୍ବର ସହ ବିଚାର କରି ସମ୍ବିଧାନ ସଂଶୋଧନ ବିଲ୍‌ ଆଣିବାପାଇଁ ଦଳ ପକ୍ଷରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରାଯାଇଥିଲା। ଅଧିବେଶନରେ ଉଭୟ ଗୃହର କାର୍ଯ୍ୟକୁ ସୂଚାରୁରୂପେ ଚଳାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ଦିନ ସର୍ବଦଳୀୟ ବୈଠକ ଡକାଯାଇଛି। ସର୍ବଦଳୀୟ ବୈଠକରେ ବିଜେଡିର ଉଭୟ ଲୋକସଭା ଓ ରାଜ୍ୟସଭା ନେତା ଯୋଗଦେବେ। ଓଡ଼ିଶା ବିଧାନ ପରିଷଦ ଗଠନ ସଂକ୍ରାନ୍ତ ବିଲ୍‌କୁ ଆଗତ ପାଇଁ ଦଳ ପୁଣି ଥରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାର ସମ୍ଭାବନା ରହିଛି।

 

Breaking News