Report Card Odisha

| Daily Odia News

ହାତୀଙ୍କ ନଜର ରଖୁଛି ଥର୍ମାଲ ଡ୍ରୋନ…..

ରିପୋର୍ଟ କାର୍ଡ / କେନ୍ଦୁଝର

ହାତୀ- ମଣିଷ ସଂଘର୍ଷରେ କେତେବେଳେ ମଣିଷ ଜୀବନ ଯାଉଛି ତ କେତେ ହାତୀର । ହାତୀ କୁ ବିପଦରୁ ଉଦ୍ଧାର କରିବାରୁ ଅଣ୍ଟା ଭିଡ଼ିଛି ବନ ବିଭାଗ । ଏପରି ଦୁର୍ଘଟଣା ପ୍ରାୟତଃ ରାତିରେ ଘଟୁଥିବାରୁ, ହାତୀର ପ୍ରକୃତ ଲୋକେସନ ଚିହ୍ନଟ କରିବାକୁ ତଥା ରିୟଲ ଟାଇମ୍‌ ଜାଣିବାକୁ କେନ୍ଦୁଝର ବନ ଖଣ୍ଡରେ ଆରମ୍ଭ ହୋଇଛି ନୂଆ ପ୍ରୟାସ । ରାତିର ଅନ୍ଧକାରରେ ହାତୀ ଉପରେ କଡ଼ା ନଜର ରଖିବାକୁ ଗତ କିଛି ଦିନ ହେବ ବ୍ୟବହାର ହେଉଛି ଥର୍ମାଲ ଡ୍ରୋନ । ଏହି ଡ୍ରୋନ ବ୍ୟବହାର ଦ୍ୱାରା ହାତୀଙ୍କ ପ୍ରକୃତ ଗତିବିଧି ଜାଣି ହେବ । ରାତିର ଅନ୍ଧକାରରେ ଘଞ୍ଚ ଜଙ୍ଗଲରେ ସେମାନଙ୍କ ଚାଲିଚଳଣ ସହ ସେମାନେ କେଉଁଆଡ଼ ମୁହାଁଉଛନ୍ତି ଆଦି ସବୁ ତଥ୍ୟ ଟିକିନିଖି ମିଳିପାରିବ। କେବଳ ସେତିକି ନୁହେଁ, ରୋଗିଣା ହାତୀଙ୍କୁ ଉଦ୍ଧାର କରିବା , ଦୁର୍ଗମ ଜଙ୍ଗଲରେ ହାତୀଙ୍କୁ ଖୋଜିବା ପାଇଁ ମଧ୍ୟ ଏହାର ବ୍ୟବହାର କରିହେବ । ଗୋଟିଏ ଦଳରେ କେତୋଟି ହାତୀ ଅଛନ୍ତି, ସେଥିରେ କେତୋଟି ଛୁଆ ହାତୀ ଅଛନ୍ତି, ସବୁ ଟିକିନିଖି ଖବର ଦେବ ଥର୍ମାଲ ଡ୍ରୋନ ।

Breaking News