Report Card Odisha

| Daily Odia News

ଭୁଆଁ ବୁଲାଉଛନ୍ତି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଆମେରିକାରେ ବିବିଧତା ଉପରେ ଦେଇଥିବା ମନ୍ତବ୍ୟ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ବୋଲି ବିରୋଧୀ ନେତାମାନେ ରବିବାର ଅଭିଯୋଗ କରିଛନ୍ତି। ଭାଗବତ ଶନିବାର ନ୍ୟୁୟର୍କରେ ଉଦ୍‌ବୋଧନ ଦେଇ ବିବିଧତା ମଧ୍ୟରେ ଏକତା ଭାରତର ଡିଏନ୍‌ଏରେ ରହିଥିବା କହିଥିଲେ। ଯଦି କୌଣସି ହିନ୍ଦୁ ଭାବୁଥାନ୍ତି ଯେ ଭାରତରେ ମୁସଲମାନ ରହିବା ଉଚିତ ନୁହେଁ, ତେବେ ଉକ୍ତ ବ୍ୟକ୍ତି ହିନ୍ଦୁ ନୁହନ୍ତି ବୋଲି ଭାଗବତ କହିଥିଲେ। ଏହା ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ, ଟିଏମ୍‌ସି, ଆପ୍‌ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ କହିଛନ୍ତି, ଭାଗବତ ଏନେଇ ଭାଜପା ନେତା ଏବଂ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଘୃଣା ପ୍ରସାର କରୁଥିବା ସଂଗଠନଗୁଡ଼ିକୁ ବୁଝାଇବା ଉଚିତ। ଭାଗବତ ମିଛ କହିବା ବନ୍ଦ କରନ୍ତୁ। ଆର୍‌ଏସ୍‌ଏସ୍‌ର ଡିଏନ୍‌ଏରେ ଘୃଣା ଏବଂ ସମ୍ପ୍ରଦାୟବାଦ ରହିଥିବା କଂଗ୍ରେସ ମୁଖପାତ୍ର ଶାମା ମୋହମେଦ କହିଛନ୍ତି। ଭାଗବତ ବିଦେଶରେ ବିବିଧତାକୁ ଗ୍ରହଣ କରୁଛନ୍ତି, ଅଥଚ ଦେଶ ଭିତରେ ଏହାକୁ ସହ୍ୟ କରିପାରୁ ନାହାନ୍ତି ବୋଲି କପିଲ ସିବଲ କହିଛନ୍ତି। ଭାଗବତଙ୍କ ମନ୍ତବ୍ୟକୁ ଟିଏମ୍‌ସି ଏମ୍‌ପି ସାଗରିକା ଘୋଷ ଛଳନାପୂର୍ଣ୍ଣ କହିଛନ୍ତି।

Breaking News