ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବ୍ରିଟେନ୍ର ଇଷ୍ଟ ସସେକ୍ସ ସ୍ଥିତ ‘ପିସ୍ କମ୍ୟୁନିଟି ସେଣ୍ଟର ଆଣ୍ଡ୍ ମସ୍ଜିଦ’ରେ ଗତରାତିରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ସସେକ୍ସ ପୋଲିସ କହିଛି ଯେ ଏହା ମୁସଲିମ ସମ୍ପ୍ରଦାୟ ବିରୋଧରେ ଘୃଣାମୂଳକ ଅପରାଧ ଏବଂ ଏକ ଗୋଷ୍ଠୀ ମସ୍ଜିଦକୁ ଟାର୍ଗେଟ୍ କରି ଏଭଳି କାଣ୍ଡ ଭିଆଇଛନ୍ତି। ଦୁଇ ମୁଖା ପିନ୍ଧା ବ୍ୟକ୍ତି ମସ୍ଜିଦର ମୁଖ୍ୟ ଦ୍ୱାର ଓ ସେଠାରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଛି। ମସ୍ଜିଦର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳ କେତେକ ଗାଡ଼ି ଜଳିଯାଇଛି, କିନ୍ତୁ କେହି ଆହତ ହୋଇନାହାନ୍ତି। ସସେକ୍ସ ପୋଲିସ ଏହି ଘଟଣା ପରେ ପାଟ୍ରୋଲିଂ ବଢ଼ାଇଛି ଏବଂ ଅପରାଧୀଙ୍କୁ ଠାବ କରିବା ପାଇଁ ଅଭିଯାନ ଚଳାଇଛି। ବ୍ରିଟେନ୍ରେ ଏବେ ଇସ୍ଲାମ ବିରୋଧୀ ଘୃଣାମୂଳକ ଅପରାଧ ବୃଦ୍ଧି ନେଇ ଚିନ୍ତା ବଢ଼ିଛି।






More Stories
ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା…..
ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍…..
ରେପୋ ହାର ହ୍ରାସ…..