Report Card Odisha

| Daily Odia News

ଓଡ଼ିଶାରେ ସୀମା ବିବାଦ ଏକ ସମସ୍ୟା :ଥିଙ୍କର୍ଶ କ୍ଲବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସଂପ୍ରତି ଓଡ଼ିଶାର ଖଣିଜ,ପାଣି,ମୋରମ, ବାଲି,ପର୍ଯ୍ୟଟନ ଆଦି କୁ ନେଇ ପଡୋଶୀ ରାଜ୍ୟ ଆନ୍ଧ୍ର,ପଶ୍ଚିମବଙ୍ଗ,ଛତିଶଗଡ଼ ଓ ଝlଡ ଖଣ୍ଡ ମଧ୍ୟରେ ସୀମା ସମସ୍ୟା ଲାଗି ରହିଛି l ଏହାକୁ ସମାଧାନ ପାଇଁ ରାଜ୍ୟ ସରକାର ବିହିତ କ।ର୍ଯ୍ୟନୁଷ୍ଠାନ ନିମନ୍ତେ ବିଶିଷ୍ଟ ବ୍ୟକ୍ତି ମାନେ ଥିଙ୍କର୍ଶ କ୍ଲବ ର ୯୩ ତମ ଆଭlସି ଆଲୋଚନାରେ ମତ ପ୍ରକାଶ କରିଛନ୍ତି l ସଭାପତି ବରଦା ଦାସ ଙ୍କ ଅଧ୍ୟ କ୍ଷତl ରେ ଅନୁଷ୍ଠିତ ଆଲୋଚନାରେ ଉତ୍କଳ ସମ୍ମିଳନୀ ସଭାପତି ଡ ଅଦୈତ କୁମାର ପାତ୍ର , ସlମ୍ବlଦିକ ଅବନୀ ଚାନ୍ଦ, ଡ ନନ୍ଦ ନନ୍ଦନ ଦାସ,ଜଗତ ସାମଲ,ଦୁର୍ଗା ପlଢ଼ି, ମନଶl ତ୍ରିପାଠୀ,ଡ୍ ପୁଷ୍ପାଞ୍ଜଳି ପରିଡ଼ା, ଡ୍ ରଜତ ଶତପଥୀ, ସୀତାରାମ ବେହେରା, ପ୍ରଫେସର ଉମାଶଙ୍କର ମିଶ୍ର,ରବୀନ୍ଦ୍ର କୁମାର ମିଶ୍ର ଓ ବିଭୁ ଦତ୍ତ ମହାନ୍ତି ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଓଡ଼ିଶାର ସୀମା ବିବାଦ କୁ ତୁଟାଇବାକୁ ସରକାର ଏକ ସ୍ବତନ୍ତ୍ର ବିଭାଗ ସୃଷ୍ଟି ପାଇଁ ନିବେଦନ କରିଥିଲେ l ଶ୍ରୀ ପlତ୍ର ଙ୍କ ଉପସ୍ଥାପନl ଚାମତ୍କlର ଓ ବାସ୍ତବ ଥିଲା l ଏ ସମସ୍ୟା ରାଜ୍ୟ ରାଜ୍ୟ ମଧ୍ୟରେ ହୋଇଥିବାରୁ ଏହା କେବଳ ଆଞ୍ଚଳିକ ସମସ୍ୟା ନୁହେଁ l ଏହା ଆମର ଜାତୀୟ ସମସ୍ୟା ହୋଇଥିବାରୁ ପ୍ରଧାନ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଡ ନନ୍ଦ ନନ୍ଦନ ଦାସ କହିଥିଲେ lଏ ଦିଗରେ ସେ ଲିଖିତ ଭାବେ ସରକାର ଙ୍କୁ ଜଣାଇବେ ବୋଲି ପ୍ରକାଶ କରିଥିଲେ l

Breaking News