Report Card Odisha

| Daily Odia News

ହୁକୁମ ଜନିତ ଜନ ସମାବେଶ ଏକ କୁସଂସ୍କାର……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଲୋକଙ୍କ ସରଳତା ,ମାନସିକ ଦୁର୍ବଳତା ,ଅସହାୟତା ,ସାମାଜିକ ନଇର।ସ୍ୟବୋଧ ଯୋଗୁ ବହୁ ଲୋକ ହୁକୁମ ଦିଆଯାଉଥିବା ସ୍ଥାନ ମାନଙ୍କୁ ବହୁସଂଖ୍ୟାରେ ଯାଇଥାନ୍ତି ଓ ପରେ ଖର୍ଚ୍ଚାନ୍ତ ହୋଇ ପ୍ରତାରିତ ହୋଇଥାନ୍ତି । ଏ ସବୁ ଅନ୍ଧବିଶ୍ୱାସ । ଏ ପ୍ରହସନ ରୁ ଦୂରେଇ ରହିବାକୁ ଥିଙ୍କର୍ଶ୍ର କ୍ଲବ୍ ର ୪୪ ତମ ଆଭାସୀ ଆଲୋଚନାରେ ମତ ପ୍ରକାଶ ପାଇଛି । ମୁଖ୍ୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ ପ୍ରଫେସର ଧନେଶ୍ଵର ସାହୁ ଏଗୁଡ଼ିକୁ ସାଇକୋ ସୋମ।ଟିକ structure of miracles ବୋଲି କହିଛନ୍ତି । କମିଟି ଫର୍ scientific investigation claims for paranormal ସଂସ୍ଥା ଏ ସବୁ କାର୍ଯ ର ଅନୁସନ୍ଧାନ ଓ ପରୀକ୍ଷା କରେ । ଥିଙ୍କର୍ସ କ୍ଲବ୍ ର ସଭାପତି କାର୍ଯକ୍ରମ ସଂଯୋଜନା କରି ଲୋକଙ୍କ ସରଳତା ଯୋଗୁ ଲୋକେ ଭଣ୍ଡମିର ଶିକାର ହୋଇଥାନ୍ତି ବୋଲି କହିଥିଲେ । ସର୍ବଶ୍ରି ପ୍ରଭାତ ନନ୍ଦ, ଚିତ୍ତରଞ୍ଜନ ଶତପଥୀ, ଦିଲ୍ଲୀପ ମହାନ୍ତି ,ବାଲ୍ମୀକି ନାୟକ, ନିମାଇଁ ସ୍ବାଇଁ, ଡ୍ ରଜତ ଶତପଥୀ, ପ୍ରଫେସର ଉମାଶଙ୍କର ମିଶ୍ର ଓ ବହୁ ବରିଷ୍ଠ ନାଗରିକ ମାନେ ଅଂଶ ଗ୍ରହଣ କରିଥିଲେ । ବାଙ୍ଗାଲୋର ରୁ ବିଭୂଦ ତ୍ତ ମହାନ୍ତି ବୈସୟୀକ ପରିଚାଳନା କରି ଥିଲେ ।ସମସ୍ତ ଆଲୋଚନା ଗୁଡ଼ିକ ୟୁ ଟୁବ ରେ ଉପଲବ୍ଧ । ଆସନ୍ତା ଆଲୋଚନା ପିତା ମାତା ଓ କନ୍ୟା ସନ୍ତାନ ବିଷୟରେ ଅନୁଷ୍ଠିତ ହେବ ।

Breaking News