ରିପୋର୍ଟ କାର୍ଡ / ଭୁବନେଶ୍ୱର
ମଣିଷ ପାଶବିକତା ରୁ ମାନବିକତା ଆଡ଼କୁ ଗତି କରୁଛି l ଲୋକଙ୍କ ପ୍ରକୃତିରେ ପରିବର୍ତ୍ତନ ଆସିବାଟା ସତ୍ୟଯୁଗ ହୋଇପାରେ ବୋଲି ପୂର୍ବତନ ମୁଖ୍ୟଶାସନ ସଚିବ ଶ୍ରୀଯୁକ୍ତ ସହଦେବ ସାହୁ ଥିଙ୍କର୍ଷ କ୍ଲବ୍ ର ୪୯ ତମ ଆଭସି ଆଲୋଚନାରେ ମତବ୍ୟକ୍ତ କରିଛନ୍ତି l କଳିଯୁଗ ପରେ ସତ୍ୟ ଯୁଗ ଆସିବ କି…? ବିଷୟରେ ଆଲୋଚନା ଅନୁଷ୍ଠାନ ର ସଭାପତି ବରଦା ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା l ଫ୍ରେଣ୍ଡସ ପ୍ରକାଶିତ ସତ୍ୟର ସନ୍ଧାନ ପୁସ୍ତକରୁ ଏ ସମ୍ପର୍କରେ ବିଶିଷ୍ଟ ବ୍ୟକ୍ତି ଙ୍କ ମତ ଉପରେ ଆଲୋଚନା କରିଥିଲେ l ଗ୍ୟlନସରୋବର, ମାଉଣ୍ଟ ଆବୁ ରୁ ସ୍ପlର୍କ୍ କୋର୍ଡିନେଟର ଶ୍ରୀକାନ୍ତ ଭାଇ ସଙ୍ଗମ ଯୁଗ ପରେ ସତ୍ୟ ଯୁଗ ଆସିବା ଅବଶ୍ୟମ୍ଭାବୀ ବୋଲି କହିଥିଲେ l ବିଶିଷ୍ଟ ବକ୍ତା ଭାବେ ପୂର୍ବତନ କୁଳପତି ବୈଜ୍ଞାନିକ ଶିବ ନାରାୟଣ ଅଧିକାରୀ କହିଲେ ମଣିଷ ସଭ୍ୟତା ଦଶ ହଜାର ବର୍ଷ ତଳୁ ଆସିଛି l ଏଣୁ ସୃଷ୍ଟି ଚକ୍ର କାଳ୍ପନିକ ବୋଲି କହିଥିଲେ l ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ ବିଶିଷ୍ଟ ଚିନ୍ତlନlୟକ ଇଂ ନନ୍ଦ ନନ୍ଦନ ଦାସ ପୃଥିବୀ ସୃଷ୍ଟିର ବାସ୍ତବ ଉଦାହରଣ ଦେଇ ଦର୍ଶାଇଥିଲେ ଯେ ୪୫୦ କୋଟି ବର୍ଷ ପୂର୍ବେ ସୂର୍ଯ୍ୟ ରୁ ପୃଥିବୀ ବାହାରି ଶହ ଶହ କୋଟି ବର୍ଷ ଜଳିଥିଲା ଓ କାଳକ୍ରମେ ୧୦୦ ସି ରୁ ଉତ୍ତାପ କମିବାରୁ ଜଳ ସୃଷ୍ଟି ହେବା ପରେ ଜଳସ୍ତର, ସ୍ତଳଚର୍ ଓ ଆକାଶ ଚର ଯିବ ମାନ ସୃଷ୍ଟି ହେଲା l ଓଏବ ସାଇଟ ରୁ ଜଣାପଡେ ଯେ ମଣିଷ ପରି ଜୀବ ୧୩୦୦୦୦ ବର୍ଷ ପୂର୍ବେ ଆଫ୍ରିକାରେ ଜନ୍ମ ହୋଇ ହ୍ରୀ ନସ ପରି ଥିଲେ l ଖ୍ରୀଷ୍ଟ ପୂର୍ବ ୪୦୦୦ ବର୍ଷ ପୂର୍ବେ ସେମାନେ ମେଶୋପଟlମିଆ (ଯାହା ଇରାକ,ସିରିଆ ଓ କୁଏତ) ଠାରେ ସଭ୍ୟ ମଣିଷ ଭାବେ ସୃଷ୍ଟି ହୋଇ ସାରା ପୃଥିବୀ କୁ ମଦିଗଲେ l ଆଜି ମଣିଷ ବିଜ୍ଞାନ ଦ୍ଵାରା ପ୍ରତି ମୁହୂର୍ତ୍ତରେ ଜୀବନ ଯାପନ କରନ୍ତି ବୋଲି ଶ୍ରୀ ଦାସ କହିଥିଲେ l ସର୍ଵଶ୍ରୀ ଡ ବ୍ରଜ ନାୟକ, ସ୍ବଦେଶ ପଟ୍ଟନାୟକ, ଉମାଶଙ୍କର ମିଶ୍ର, ଡ ରୋଜାଲିନ ପାତ୍ର,ନିମାଇଁ ସ୍ବାଇଁ ଆଲୋଚନା କରିଥିଲେ l






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..