ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁତ୍ର ପରି କନ୍ୟା ର କର୍ତ୍ତବ୍ୟ ସମାନ। ପ୍ରଧାନମନ୍ତ୍ରୀ ଙ୍କ ସ୍ଲୋଗାନ ବେଟି ବଞ୍ଚାଅ, ବେଟି ପଢ଼ାଓ ସ୍ଲୋଗାନ ର ସଫଳତା ପାଇଁ ଯୌତୁକ ଆଇନ କୁ କଡା କଡି ଭାବେ କାର୍ଯ୍ୟକାରି କରିବାକୁ ହେବ । ଫଳରେ କନ୍ୟା ଭ୍ରୁଣ ହତ୍ୟା ବନ୍ଦ ହେଇପାରିବ ବୋଲି ମତ ପ୍ରକାଶ ପାଇଛି । ଥିଙ୍କର୍ଷ କ୍ଲବ୍ ର ୪୫ ତମ ଆଭlଶି ଆଲୋଚନା ଆମେରିକା ରୁ କୁକୁ ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ନାରୀ ଜାୟା ଜନନୀ ଭଗିନୀ ଓ ଦୁହିତା ଭାବେ ସମାଜରେ ପରିଚିତ ।ପିତା ମାତା ଙ୍କ ଭବିଷ୍ୟତ ଜୀବନ ପାଇଁ କନ୍ୟାର ଭୂମିକା ହେଉଛି ସେବା l ମୁଖ୍ୟ ପର୍ଯବେଖ୍ୟକ ଭାବେ ଯୋଗ ଦେଇ ଜନ ଅଭିଯୋଗ ଓ ପେନସନ ବିଭାଗ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଗଙ୍ଗାଧର ସାହୁ କହିଲେ ଚାଲି ଚଳନ ସଂସ୍କୃତି ରେ ପରିବର୍ତ୍ତନ ଦେଖାଦେଇଛି l ସତ୍ୟର ସନ୍ଧାନ ପୁସ୍ତକ ରୁ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମତା ମତ ପାଠ କରାଯାଇଥିଲା l ଆ ଲୋଚନlରେ ସର୍ଵଶ୍ରି ମନ୍ମଥ ପାଣି,ମିନାକ୍ଷୀ ଦାସ, ଡ୍ ବ୍ରଜ ନାୟକ,ଭଗବାନ ପଣ୍ଡା ,ନିମାଇଁ ସ୍ବାଇଁ,ପ୍ରଫେସର ଉମାଶଙ୍କର ମିଶ୍ର,ବିଭୂତି ଭୂଷଣ ପାଣିଗ୍ରାହି , ରବିନାରାୟଣ କର ଓ ବିଭୁ ମହାନ୍ତି ଅଂଶ ଗ୍ରହଣ କରିଥିଲେ l ମସ୍କୋ ରୁ ସନ୍ତୋଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ପରବର୍ତ୍ତୀ ଆଲୋଚନା ଗୋଟିଏ ସନ୍ତାନ ରେ ଗୋଟିଏ ପରିବାର କୁ ସୀମିତ ରଖିବା ନୀତି ଉପରେ ଆଲୋଚନା କରାଯିବ l
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..