ରିପୋର୍ଟ କାର୍ଡ / ଭୁବନେଶ୍ୱର
୫ଟି ରାଜ୍ୟର ନିର୍ବାଚନ ଫଳାଫଳ କଣ ଇଙ୍ଗିତ କରୁଛି ବିଷୟ ଉପରେ ଥିଙ୍କର୍ସ କ୍ଳବ୍ ର ୯୧ ତମ ଆଭlଶୀ ଆଲୋଚନା ଅନୁଷ୍ଠିତ ହୋଇଯାଇଛି l ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ୍ ସୂର୍ଯ୍ୟ ନାରାୟଣ ମିଶ୍ର ଓ ଏସିଆନ ଏଜ ର ରାଜ୍ୟ ମୁଖ୍ୟ ଅକ୍ଷୟ ସାହୁ ଆଲୋଚନl ରେ ଯୋଗଦେଇ ବିଭିନ୍ନ ଦୃଷ୍ଟିକୋଣରୁ ମତ ରଖିଥିଲେ l ସଂପ୍ରତି ରାଜନୈତିକ ଦଳ ମାନେ ବିଭିନ୍ନ ରାଜ୍ୟରେ ଜନକଲ୍ୟlଣ ଯୋଜନା ବୃଦ୍ଧି ପାଇଁ ତତ୍ପରତା ପ୍ରକାଶ କରିଛନ୍ତି ବୋଲି କହିଥିଲେ l ଥିଙ୍କର୍ସ କ୍ଳବ୍ ସଭାପତି ବରଦା ଦାସ କହିଲେ ଯେ ନିର୍ବାଚନ ରେ ସଂସ୍କାର କରାନଗଲେ ଭଲ ଲୋକ ରାଜନୀତି କୁ ଆସିପାରିବେ ନାହିଂ ଫଳରେ ଦେଶର ଆଶାନୁରୂପ ବିକାଶ ବାଧା ପ୍ରାପ୍ତ ହେବ l ଡ ନନ୍ଦ ନନ୍ଦନ ଦାସ,ପ୍ରଫେସର ଉମାଶଙ୍କର ମିଶ୍ର, ଡ୍ ପୁଷ୍ପାଞ୍ଜଳି ପରିଡ଼ା, ଆଡ ଦ୍ଭୋକେଟ୍ ସ୍ପନ୍ଦନ ମହାନ୍ତି,ବିଭୁ ଦତ୍ତ ମହାନ୍ତି, ଅଧ୍ୟାପକ ସୁରେନ୍ କୁମାର ପ୍ରଧାନ ଆଦି ଯୋଗ ଦେଇଥିଲେ l






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..