ରିପୋର୍ଟ କାର୍ଡ / ଭୁବନେଶ୍ୱର ( ବରଦା ପ୍ରସନ୍ନ ଦାସ )
ବିଭିନ୍ନ ସ୍ଥାନରେ ରାଜ୍ୟ ଓ ଦେଶ ଦେଶ ଭିତରେ ନାନା କାରଣରୁ ଅଶାନ୍ତକର ବାତାବରଣ ବୃଦ୍ଧି ପାଇ ଚାଲିଛି। ଏଣୁ କେତେକ ବୁଦ୍ଧିଜୀବୀ ପ୍ରତିକ୍ରିୟାଶୀଳ ହୋଇ ବିଶ୍ୱ ରେ ଶାନ୍ତି ପ୍ରତିଷ୍ଠା ପାଇଁ ଗଠିତ ଜାତି ସଂଘକୁ ସକ୍ରିୟ କରିବା ନିମନ୍ତେ ଅଣ୍ଟା ଭିଡ଼ିଛନ୍ତି। ଏ ସମ୍ପର୍କରେ ଥିଙ୍କର୍ସ କ୍ଲବ୍ ତରଫରୁ ଏକ ଆଭାସି ଆଲୋଚନାଚକ୍ର ଆୟୋଜିତ ହୋଇ ସ୍ମାରକପତ୍ର ପ୍ରସ୍ତୁତି ନିମନ୍ତେ ପ୍ରସ୍ତାବ ଆହ୍ୱାନ କରାଯାଇଥିଲା। ପୂର୍ବରୁ ଜାତି ସଂଘରେ କାର୍ଯ୍ୟ କରିଥିବା ଶ୍ରୀ ବିବେକ ପଟ୍ଟନାୟକ, ଆ.ଏ.ଏସ , ମୁଖ୍ୟବକ୍ତା ଓ ଡ଼ ନନ୍ଦନନ୍ଦନ ଦାସ ବକ୍ତାଭାବେ ଯୋଗ ଦେଇ ବିଷଦ ଭାବେ ଆଲୋଚନା କରିଥିଲେ। ଥିଙ୍କର୍ସ କ୍ଲବ୍ ର ସଭାପତି ବରଦା ଦାସ ସଂଯୋଜନା କରିଥିଲେ। ଆମେରିକାରୁ କୁକୁ ଦାସ ,ଟିଟିଲାଗଡ଼ରୁ ଡ଼ ଶିବ ବେହେରା, ମୁଖ୍ୟ ମେରାଇନ ଯନ୍ତ୍ରୀ ସୀତାରାମ ବେହେରା, ଡ଼ କପିଳେଶ୍ୱର ମିଶ୍ର, ଜଗନାଥ ଦାସ, ଦେବ ନନ୍ଦନ ଦାସ ପ୍ରମୁଖ ପ୍ରସ୍ତାବମାନ ଦେଇଥିଲେ।
More Stories
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….
ଗୋଟିଏ ମୋବାଇଲ୍ ନମ୍ବରରେ ଏକାଧିକ ଆକାଉଣ୍ଟ ଥିଲେ ଆସିବନି ଟଙ୍କା…..