ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନକୁ କବଜା କରିବା ଅପରେ ତାଲିବାନ ରଚିଛି ତାଣ୍ଡବ | ତ୍ରାହି ତ୍ରାହି ଡାକୁଛନ୍ତି ଆଫଗାନିସ୍ତାନର ବାସିନ୍ଦା | ରାକ୍ଷସ ଓ ପିଶାଚଙ୍କଠାରୁ ଆହୁରି ବି ବଳିକି ତାଲିବାନୀ | ଅତି କୁତ୍ସିତ ଭାବରେ ନିରୀହ ଲୋକଙ୍କ ଜୀବନ ନେବାକୁ ପଛାଉନାହାନ୍ତି | ଅତି କୁତ୍ସିତ ଘଟଣା ସାମ୍ନାକୁ ଆସିଛି , ଯାହା ଶୁଣିଲେ ଆପଣାକୁ ବିସ୍ଵାଶ ହେବନି କିନ୍ତୁ ଘଟଣାଟି ସତ | ତାଲିବାନୀମାନେ ମହିଳାଙ୍କୁ ହତ୍ୟା କରି ମୃତଦେହ ସହିତ ସେକ୍ସ କରୁଛନ୍ତି | ଏଭଳି ଘଟଣାକୁ ଆଫଗାନ୍ ମହିଳା ଏକ ଜାତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି । ମୁସ୍କାନ ନାମକ ଜଣେ ଆଫଗାନୀ ମହିଳା କହିଛନ୍ତି ଯେ, ସେ ଆଫଗାନିସ୍ତାନର ପୋଲିସ ବିଭାଗରେ କାମ କରନ୍ତି । ସେ କାବୁଲରେ ନିୟୋଜିତ ଥିଲେ । କିନ୍ତୁ ତାଲିବାନ ଭୟରେ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି । ସେ ଏବେ ଭାରତ ଆସି ନୂଆଦିଲ୍ଲୀରେ ରହୁଛନ୍ତି । ସେ ଆହୁରି କହିଛନ୍ତି ଯେ, ତାଲିବାନୀମାନେ ମହିଳାଙ୍କୁ ଅପହରଣ କରି ନେଉଛନ୍ତି । ପ୍ରଥମେ ଗୁଳି କରି ହତ୍ୟା କରୁଛନ୍ତି । ଏହି ହତ୍ୟାକାଣ୍ଡର ସେମାନେ ଭିଡିଓ ରେକର୍ଡିଂ ମଧ୍ୟ କରିଥାନ୍ତି । ପ୍ରତି ପରିବାରର ଜଣଙ୍କୁ ସେମାନେ ଉଠାଇ ନେଉଛନ୍ତି । ଏପରିକି ଆତଙ୍କବାଦୀମାନେ ମହିଳାଙ୍କ ମୃତଦେହକୁ ବଳାତ୍କାର କରିବା ସହ ଶାରୀରିକ ସମ୍ପର୍କ ରଖୁଛନ୍ତି । ମହିଳା ଜୀବିତା ନା ମୃତ ସେନେଇ ରାକ୍ଷାସମାନଙ୍କୁ କୌଣସି ଫରକ ପଡେ ନାହିଁ । ଯାହା ବାବଦରେ କଳ୍ପନା କରିବା ବି ଅସମ୍ଭବ । ତାଲିବାନର ବର୍ବରତା ବାବଦରେ ମୁସ୍କାନଙ୍କ କହିବା କଥା ହେଲା, ଯେଉଁ ମହିଳାମାନେ ପୋଲିସ ଓ ସେନାରେ କାମ କରନ୍ତି ସେମାନଙ୍କ ପ୍ରତି ବେଶୀ ବିପଦ ରହିଛି । ପରିବାର ଉପରେ ବି ବିପଦ ରହିଥାଏ । ୨୦୧୮ରେ ତାଙ୍କର ଜଣେ ସହଯୋଗୀ ମହିଳାଙ୍କ ପିତାଙ୍କୁ ତାଲିବାନୀମାନେ ଗୁଳି କରି ହତ୍ୟା କରିଥିଲେ । ତାଙ୍କ ଦାଦାଙ୍କୁ ମଧ୍ୟ ଆତଙ୍କବାଦୀମାନେ ଗୁଳି ମାରିଦେଇଥିଲେ ବୋଲି ସେ କହିଛନ୍ତି ।
Discussion about this post