Report Card Odisha

| Daily Odia News

ଚଳିତଥର ୬,୭୯୪ ପଞ୍ଚାୟତରେ ହେବ ନିର୍ବାଚନ, ୭ରେ ହେବନି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

୨୦୧୭ ତୁଳନାରେ ଚଳିତଥର ୭ଟି କମ୍ ପଞ୍ଚାୟତରେ ନିର୍ବାଚନ ହେବ। ଏହି ୭ଟି ପଞ୍ଚାୟତ ବିଭିନ୍ନ ଏନ୍ଏସିରେ ବିଲୀନ ହୋଇଥିବାରୁ ସେସବୁରେ ଏଥର ପଞ୍ଚାୟତ ନିର୍ବାଚନ କରାଯିବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୨ରେ ୬ହଜାର ୭୯୪ଟି ପଞ୍ଚାୟତରେ ହେବ ନିର୍ବାଚନ।  ୨୦୧୭ରେ ୬ ହଜାର ୮୦୧ଟି ପଞ୍ଚାୟତରେ ନିର୍ବାଚନ ହୋଇଥିଲା। ବାଲେଶ୍ୱର ରେମୁଣା ଏନ୍ଏସିରେ ୪ଟି, ନୟାଗଡ଼ର ଓଡ଼ଙ୍ଗାରେ ୨ଟି ଓ ବରଗଡ଼ ଜିଲ୍ଲାର ବିଜେପୁରରେ ଗୋଟିଏ ପଞ୍ଚାୟତ ଏନ୍‌ଏସିରେ ସାମିଲ ହୋଇଛି। ଏଣୁ ଏସବୁ ପଞ୍ଚାୟତରେ ନିର୍ବାଚନ କରାଯିବ ନାହିଁ। ସେହିପରି ୧୧୧ଟି ଓ୍ୱାର୍ଡରେ ଓ୍ୱାର୍ଡମେମ୍ବର ପଦ ପାଇଁ ନିର୍ବାଚନ ହେବନାହିଁ। ଗତଥର ୯୨ ହଜାର ୨୭ଟି ଓ୍ୱାର୍ଡରେ ନିର୍ବାଚନ ହୋଇଥିଲାବେଳେ ଏଥର ୯୧ ହଜାର ୯୧୬ଟି ଓ୍ୱାର୍ଡରେ ମତଦାନ ହେବ। ସେହି ଅନୁସାରେ ତ୍ରି ସ୍ତରୀୟ ପଂଚାୟତ ର୍ନିବାଚନରେ ମହିଳାଙ୍କ ପାଇଁ ୪୯ ହଜାର ୪୬୯ଟି ଓ୍ୱାର୍ଡମେମ୍ବର ପଦ ସଂରକ୍ଷିତ ରଖାଯାଇଛି। ପଛୁଆ ବର୍ଗଙ୍କ ପାଇଁ ୧୨ ହଜାର ୩୧ଟି ଓ୍ୱାର୍ଡ ସଂରକ୍ଷିତ ରଖାଯାଇଛି। ଅନ୍ୟ ପକ୍ଷରେ ୬ ହଜାର ୭୯୪ ପଞ୍ଚାୟତ ମଧ୍ୟରୁ ୩୫୦୦ଟି ମହିଳାଙ୍କ ପାଇଁ ଓ ଓବିସିଙ୍କ ପାଇଁ ୭୭୮ଟି ଆସନ ସଂରକ୍ଷିତ ରହିଛି। ୩୫୩୮ଟି ସମିତି ସଭ୍ୟ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ ଓବିସି ପାଇଁ ୯୧୩ଟି ସିଟ୍ ସଂରକ୍ଷିତ ରହିଛି।

Breaking News