Report Card Odisha

| Daily Odia News

କଂଗ୍ରେସ ସମୀକ୍ଷା ବୈଠକରେ ଗୁଳି ମାରିବାକୁ ଧମକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିହାର ବିଧାନସଭା ନିର୍ବାଚନରେ ୬୧ସିଟରେ ନିର୍ବାଚନ ଲଢିଥିବା କଂଗ୍ରେସ ମାତ୍ର ୬ଟି ସିଟରେ ବିଜୟୀ ହାସଲ କରିଥିଲା । ଏଭଳି ନରାଶଜନକ ପରାଜୟ ପାଇଁ ଦଳ ଏବେ ସମୀକ୍ଷା କରିଛି । ଗୁରୁବାର ଦଳ ପକ୍ଷରୁ ସମୀକ୍ଷା ବୈଠକ ସମୟରେ ବିହାରର ଦଳୀୟ ପ୍ରାର୍ଥୀମାନେ ପରାଜୟର କାରଣ ବିଷୟରେ ଆଲୋଚନା କରିଥିଲେ । ବୈଠକରେ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେ ଏବଂ କେସି ବେଣୁଗୋପାଳଙ୍କ ସହ ଅନ୍ୟ ସାଂସଦ ଓ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବୈଠକରେ ହଙ୍ଗାମା ହୋଇଥିଲା । ଗାଳିଗୁଲଜ କରିବା ସହ ଗୁଳି ମାରିବାକୁ ଧମକ ମଧ୍ୟ ଦିଆଯାଇଛି । ବିହାରର ନେତାମାନେ କହିଛନ୍ତି ଯେ ପରାଜୟର କାରଣ ଟିକେଟ ବିକ୍ରି, ବନ୍ଧୁତ୍ୱପୂର୍ଣ୍ଣ ଲଢେଇ ଏବଂ ବାହାରୁ ପ୍ରାର୍ଥୀ କରିବା । ବୈଠକରେ ଦୁଇ ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ଏତେ ବଢିଥିଲା ଯେ ଶଦ୍ଦରେ ଅପମାନ ଏବଂ ଗୁଳି ଫୁଟିବା ପର୍ଯ୍ୟନ୍ତ କଥା କୁହାଯାଇଥିଲା । ଏହି ସମୟରେ ରାହୁଲ ଓ ମଲ୍ଲିକାର୍ଜୁନ ଖଡଗେ ଅନୁପସ୍ଥିତ ରହିଥିଲେ ।

Breaking News