Report Card Odisha

| Daily Odia News

ଭାରତ ଉପରେ ଆକ୍ରମଣ ଧମକ, ପଞ୍ଜାବ ଭାରତରୁ ଅଲଗା ହେବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍‌ ଫର ଜଷ୍ଟିସ୍‌ର ମୁଖ୍ୟ ଗୁରୁପତୱନ୍ତ ସିଂହ ପନ୍ନୁ ଭାରତ ଉପରେ ବଡ଼ ଆକ୍ରମଣ ପାଇଁ ଧମକ ଦେଇଛି। ଭାରତ ସରକାର ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଚେତାବନୀ ଦେଇ ପନ୍ନୁ କହିଛି ଯେ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ଯେଭଳି ଆକ୍ରମଣ କରିଛି, ଆମେ ମଧ୍ୟ ସେଭଳି ଆକ୍ରମଣ ଭାରତ ଉପରେ କରିବୁ। ସ୍ବତନ୍ତ୍ର ଖଲିସ୍ତାନୀ ରାଷ୍ଟ୍ର ଘୋଷଣା ଲକ୍ଷ୍ୟ ହାସଲ ପାଇଁ ଏଭଳି କରାଯିବ ବୋଲି ପନ୍ନୁ ସୋସିଆଲ ମିଡିଆରେ ଭିଡିଓ ଜାରି କରିଛି। ଏହି ୪୦ ସେକେଣ୍ଡ ଭିଡିଓରେ ପନ୍ନୁ ଭାରତ ବିରୋଧରେ ବିଷ ଉଦ୍‌ଗାର କରିଛି। ସେ କହିଛି ଯେ ପଞ୍ଜାବକୁ ଆମେ ଭାରତର ଅଞ୍ଚଳ ଭାବେ ଗ୍ରହଣ କରୁନାହୁଁ ଏବଂ ଏହାକୁ ସ୍ବାଧୀନ କରିବାକୁ ଆମେ ଶପଥ ନେଇଛୁ। ଭାରତ ଖଲିସ୍ତାନୀଙ୍କ ବିରୋଧରେ ହିଂସା ଆରମ୍ଭ କଲେ ଆମେ ଏହାର ଭୟଙ୍କର ଜବାବ ଦେବୁ। ପଞ୍ଜାବ ଭାରତରୁ ଅଲଗା ହେବାର ସମୟ ପାଖେଇ ଆସୁଛି ଏବଂ ଏଥିପାଇଁ ଆମେ ଏକ ଗଣଭୋଟ୍‌ ଉପରେ ବିଶ୍ବାସ ରଖିଛୁ ବୋଲି ପନ୍ନୁ କହିଛି।

Breaking News