ରିପୋର୍ଟ କାର୍ଡ / ନୂଆଦିଲ୍ଲୀ,ମାଲକାନଗିରି
ଶିକ୍ଷକ ଦିବସ ଅବସରରେ ସ୍ଥାନୀୟ ବିଜ୍ଞାନ ଭବନ ଠାରେ ଆୟୋଜିତ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୫ ସମାରୋହରେ ଓଡ଼ିଶାରୁ ତିନି ଜଣ ସମ୍ମାନିତ ହୋଇଛନ୍ତି। କାର୍ଯ୍ୟକ୍ରମରେ ଦେଶର ୮୧ ଜଣ ଶିକ୍ଷକ ଓ ତାଲିମ ପ୍ରଦାନକାରୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଛନ୍ତି। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୪୫ ଜଣ ଏବଂ ଉଚ୍ଚଶିକ୍ଷା ବିଭାଗର ୨୧ ଜଣ ସାମିଲ ଅଛନ୍ତି। ମାଲକାନଗିରି ଜିଲା କୋରକୁଣ୍ଡା ବ୍ଲକ ଅନ୍ତର୍ଗତ କନ୍ଦେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ରଣା, କୋରାପୁଟ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଦାସ ରାଷ୍ଟ୍ରପତି ମୁର୍ମୁଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି। ଏଥିସହ ଧନ୍ଦାମୂଳକ ତାଲିମ ଏବଂ ଉଦ୍ୟମିତା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଜଟଣୀ ସ୍ଥିତ ସ୍ପେଶାଲ ଆଇଟିଆଇର ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ସୁରେଶ କୁମାର ମହାନ୍ତିଙ୍କୁ ରାଷ୍ଟ୍ରପତି ମୁର୍ମୁ ସମ୍ମାନିତ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ମାଲକାନଗିରି ଏବଂ କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ଅଭିନବ ଶିକ୍ଷା ପ୍ରଦାନରେ ଉଭୟ ଶିକ୍ଷକଙ୍କ ନିଷ୍ଠା ଓ ପାଠପଢ଼଼ାଇବା ଉଦ୍ୟମ ପ୍ରଶଂସନୀୟ। ସମସ୍ତଙ୍କୁ ୫୦ ହଜାର ଟଙ୍କା ଓ ମାନପତ୍ର ପୁରସ୍କାର ରାଶି ପ୍ରଦାନ କରିଛନ୍ତି।
More Stories
କର୍ମଚାରୀ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି…..
ଯାତ୍ରୀଙ୍କୁ ଚାପୁଡା ମାରିଲେ ଆମ ବସ୍ କଣ୍ଡକ୍ଟର…..
କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ…..