ରିପୋର୍ଟ କାର୍ଡ / ଛତିଶଗଡ଼
ଛତିଶଗଡ଼ ସୁକମାରରେ ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି | ଗୁଳି ବିନିମୟରେ ୩ ଡିଆରଜି ଅଧିକାରୀ ସହିଦ ହୋଇଥିବା ସୂଚନା ମିଳିଛି। ମାଓବାଦୀ ଏବଂ ସୁରକ୍ଷାକର୍ମିଙ୍କ ମଧ୍ୟରେ ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳେ ସର୍ଚ୍ଚ ଅପରେସନ୍ ସମୟରେ ନକ୍ସଲମାନେ ଏବଂ ସୁରକ୍ଷା ବାହିନୀ କର୍ମଚାରୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଆରମ୍ଭ ହୋଇଥିଲା ।ସହିଦ ହୋଇଥିବା ଅଧିକାରୀମାନଙ୍କୁ ଏଏସଆଇ ରାମୁରାମ ନାଗ, ସହକାରୀ କନଷ୍ଟେବଳ କୁଞ୍ଜାମ ଯୋଗ ଏବଂ କନଷ୍ଟେବଳ ଭଞ୍ଜମ ଭୀମା ବୋଲି ଜଣାପଡିଛି ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….