ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୭୦ ବାଘଙ୍କୁ ହତ୍ୟା କରିଥିବା ଶିକାରୀ ଟାଇଗର ହବିବଙ୍କୁ ବାଂଲାଦେଶ ପୋଲିସ ଗିରଫ କରିଛି | ଏହି ଶିକାରୀ ପ୍ରତ୍ୟେକ ଥର ପୋଲିସ ପଂହଚିବା ପୂର୍ବରୁ ଖସି ଯାଇଥାଏ । ହବିବ ତାଲୁକଦାର ନାମକ ଏହି ଅପରାଧୀ ବାଘଙ୍କୁ ମାରି ବ୍ଲାକ ମାର୍କେଟରେ ଏହାର ଚମଡା, ଦାନ୍ତ ଅନ୍ୟ ପଦାର୍ଥ ବିକ୍ରି କରିଥାଏ । ବାଘ ମାରୁଥିବାରୁ ଟାଇଗର ହବିବ ଭାବେ ସେ କୁଖ୍ୟାତ ଥିଲା । ଏହାର ଚେର ଚୀନ ପର୍ଯ୍ୟନ୍ତ ଲମ୍ବିଥିଲା । ସୁନ୍ଦରବନରେ ବେଙ୍ଗଲ ଟାଇଗର ସଂଖ୍ୟା କମିବା ପଛରେ ଏହି ଶିକାରୀର ବହୁତ ବଡ ହାତ ଥିଲା । ବାଂଲାଦେଶ ଫରେଷ୍ଟ ଅଫିସର ମୋଇନୁଦ୍ଦିନ ଆଲମ କହିଛନ୍ତି ସେ ଆମ ପାଇଁ ସବୁବେଳେ ଚିନ୍ତାର କାରଣ ଥିଲା ।






More Stories
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..
ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ…..
ଦିଲ୍ଲୀ ସାଧନଗରରେ ଅଗ୍ନିକାଣ୍ଡ:୩ ଜଣ ଶିଶୁଙ୍କ ସମେତ ୭ ମୃତ…..