Report Card Odisha

| Daily Odia News

ଭୁବନେଶ୍ୱର ବିମାନବନ୍ଦର ନିକଟରେ ବାଘ ଆତଙ୍କ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱର ବିମାନବନ୍ଦର ନିକଟରେ ସ୍ଥାନୀୟ ଲୋକେ ବାଘ ଦେଖିବା ପରେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବିମାନବନ୍ଦର ଡ୍ରମ୍ପିଙ୍ଗୟାର୍ଡ ନିକଟରେ କାମ କରୁଥିବା ସମୟରେ ବାଘକୁ ଦେଖିଥିବା ଲୋକେ କହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ବାଘର ପାଦ ଚିହ୍ନ ମଧ୍ୟ ରହିଛି । ସକାଳ ୯ଟା ୨୯ ମିନିଟ୍‌ରେ ଜଣେ ମହିଳା ବାଘକୁ ଦେଖିବା ପରେ ଭୟର ବାତାବରଣ ଖେଳି ଯାଇଛି । ଖବର ପାଇ ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି । ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏନେଇ ସୂଚନା ଦିଆଯାଇଛି । ବାଘ କାବୁ ନହେବା ଯାଏଁ ଲୋକେ ସେହି ଅଞ୍ଚଳରେ କାମ ନକରିବାକୁ ଦାବି କରିଛନ୍ତି ।

Breaking News