Report Card Odisha

| Daily Odia News

ବାଣ ଫୁଟି ଦେଢ଼ ବର୍ଷର ଶିଶୁ ସମେତ ୩ ଗୁରୁତର…..

ରିପୋର୍ଟ କାର୍ଡ / କଟକ

ବାଣ ବିସ୍ଫୋରଣରେ ଜଣେ ଦେଢ଼ ବର୍ଷର ଶିଶୁ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ ଉପଖଣ୍ଡ ତିଗିରିଆ ଅଂଚଳରେ | ଆଜି ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି | ଆହତମାନେ ହେଲେ ବୀର ସ୍ବାଇଁ, ତାଙ୍କର ବୋହୂ ଓ ନାତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ ତିଗିରିଆ ଥାନା ଅନ୍ତର୍ଗତ ବାଣେଶ୍ୱର ପଡା ଗାଁର ଅଲେଖ ସ୍ବାଇଁଙ୍କ ପୁଅ ବୀର ସ୍ୱାଇଁଙ୍କ ଘରେ ଏହି ବିସ୍ଫୋରଣ ଘଟିଛି। ଅଘଟଣ ସମୟରେ ବୀର ସ୍ବାଇଁ ବାଣ ଭିଡୁଥିଲେ। ଏହି ସମୟରେ ବାଣ ହଠାତ ବିସ୍ଫୋରଣ ହୋଇଥିଲା । ଏଥିରେ ତାଙ୍କ ଶରୀରର ୭୦ଭାଗ ପୋଡିଯାଇଥିବା ବେଳେ ବୋହୂ ଓ ଦେଢ ବର୍ଷର ଶିଶୁପୁତ୍ର ମଧ୍ୟ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ବୀର ସ୍ୱାଇଁଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ମା’ ଓ ପୁଅଙ୍କର ଅବସ୍ଥା ଭଲ ଥିବା ଜଣାଯାଇଛି।

 

Breaking News