Report Card Odisha

| Daily Odia News

ଟିକ୍‌ଟକ୍‌ ବାହାର କଲା ଭାରତୀୟ କର୍ମଚାରୀଙ୍କୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚୀନ୍‌ କମ୍ପାନୀ ବାଇଟ୍ ଡ୍ୟାନ୍ସ ଭାରତରେ ତାଙ୍କ ଆପ୍‌ ଟିକ୍‌ଟକ୍‌ର ସବୁ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି। ୨୮ ଫେବୃଆରୀ କମ୍ପାନୀରେ ସେମାନଙ୍କର ଶେଷ କାର୍ଯ୍ୟଦିବସ ବୋଲି କର୍ମଚାରୀଙ୍କୁ କୁହାଯାଇଛି। ଏହା ଛଡା ଚାକିରିରୁ ଛଟେଇ ପାଇଁ କମ୍ପାନୀ ପ୍ରତି କର୍ମଚାରୀଙ୍କୁ ୯ ମାସର ବେତନ ଅଗ୍ରୀମ ଦେବ ବୋଲି ମଧ୍ୟ କହିଛି। ଚଳିତ ସପ୍ତାହ ପ୍ରାରମ୍ଭରେ କମ୍ପାନୀ ପକ୍ଷରୁ ୪୦ ଜଣ କର୍ମଚାରୀଙ୍କୁ ପିଙ୍କ ସ୍ଲିପ୍‌ ଧରାଇ ଦିଆଯାଇଛି। ଛଟେଇ ହେଉଥିବା କର୍ମଚାରୀଙ୍କୁ ନୂଆ ଚାକିରୀ ସନ୍ଧାନ ଲାଗି କମ୍ପାନୀ ପକ୍ଷରୁ କିଛି ସମୟ ମଧ୍ୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ସରକାରଙ୍କ ମନବୃତ୍ତି ଯୋଗୁ କମ୍ପାନୀ ଭାରତରେ ପୁଣି ଥରେ କାମ ଆରମ୍ଭ କରିପାରିବନି ବୋଲି କମ୍ପାନୀ କହିଛି। କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ନେଇ ଜୁନ ୨୦୨୦ରେ ଟିକ୍‌ଟକ୍‌ ସମେତ ପାଖାପାଖି ୩୦୦ ଚୀନ୍‌ ଆପକୁ ଭାରତରେ ନିଷିଦ୍ଧ କରିଥିଲେ। ଏହା ପରଠାରୁ କମ୍ପାନୀର ଭାରତ ଅଫିସରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀ ଦୁବାଇ ଓ ବ୍ରାଜିଲର ଗ୍ରାହକଙ୍କ ଲାଗି କାମ କରୁଥିଲେ।

Breaking News