ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକୀୟ ସଂସଦର ନିମ୍ନ ସଦନ(ୟୁଏସ୍ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ)ରେ ଆମେରିକାରେ ଚାଇନିଜ୍ ଭିଡିଓ ଶେୟାରିଂ ଆପ୍ ଟିକ୍ଟକ୍ ଉପରେ ପ୍ରତିବନ୍ଧକ ଲଗାଇବା ସମ୍ବନ୍ଧୀୟ ନୂତନ ଆଇନ୍କୁ ଅନୁମୋଦନ ମିଳିଛି। ଏହା ପୂର୍ବରୁ ମାର୍ଚ୍ଚରେ ଟିକ୍ଟକ୍କୁ ବେଆଇନ ଘୋଷଣା କରିବା ପ୍ରସ୍ତାବକୁ ସମର୍ଥନ କରି ସଦନ ଭୋଟ୍ ଦେଇଥିଲା। ଆମେରିକାରେ ପ୍ରାୟ ୧୭୦ ମିଲିୟନରୁ ଅଧିକ ଲୋକ ଟିକ୍ଟକ୍ ବ୍ୟବହାର କରୁଛନ୍ତି। ପ୍ରଥମ ବିଲ୍ରେ କୁହାଯାଇଛି ଯେ, ଟିକ୍ଟକ୍ର ମୂଳ କମ୍ପାନୀ ବାଇଟ୍ଡାନ୍ସ ଆଇନ୍ କାର୍ଯ୍ୟକାରୀ ହେବାର ୧୮୦ ଦିନ ମଧ୍ୟରେ ଏହାର ମାଲିକାନା ଛାଡ଼ିବ। ଯଦି ଏହି ନିୟମ ପାଳନ କରା ନ ଯାଏ ତେବେ ଆପଲ୍ ଓ ଗୁଗଲ୍ ଆପ୍ ଷ୍ଟୋରରୁ ଟିକ୍ଟକ୍କୁ ହଟାଇ ଦିଆଯିବ। ସଂଶୋଧିତ ବିଲ୍ରେ ବାଇଟ୍ଡାନ୍ସ ପାଇଁ ଏହି ଅବଧିକୁ ଛଅ ମାସରୁ ପ୍ରାୟ ୯ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ମିଡିଆ ରିପୋର୍ଟ ଅନୁସାରେ, ହ୍ୱାଇଟ୍ ହାଉସ୍ ଏହି ସମୟସୀମାକୁ ଅତିରିକ୍ତ ୯୦ ଦିନ ପର୍ଯ୍ୟନ୍ତ ବଢ଼ାଇପାରେ। ଟିକ୍ଟକ୍କୁ ହଟାଇବା ପାଇଁ ସିନେଟର୍ମାନଙ୍କ ପାଖରେ ବିକଳ୍ପ ଅଛି। ତେବେ ଯଦି ଆମେରିକା କଂଗ୍ରେସର ଉଚ୍ଚ ସଦନ ସିନେଟ୍ରେ ଟିକ୍ଟକ୍ ବିଲ୍ ପାରିତ ହୁଏ ତେବେ ଏହା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ନିକଟକୁ ଦସ୍ତଖତ ପାଇଁ ପଠାଯିବ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..