Report Card Odisha

| Daily Odia News

ତିନି ରଥ ହେବ ଦକ୍ଷିଣ ମୋଡ଼….

ରିପୋର୍ଟ କାର୍ଡ / ପୁରୀ

ଆଜିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ବାହୁଡ଼ା ଯାତ୍ରା ପ୍ରସ୍ତୁତି । ତିନି ରଥର ଦକ୍ଷିଣ ମୋଡ଼ ହେବ। ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ନାକଚଣା ଦ୍ୱାର ପାଖରେ ଦଣ୍ଡାୟମାନ ହେବେ । ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ତିନି ରଥର ଦକ୍ଷିଣ ମୋଡ଼ ହେବ । ପରମ୍ପରା ଅନୁସାରେ, ଆଜିଠାରୁ ଆରମ୍ଭ ହେବ ଶ୍ରୀଜିଉଙ୍କର ବାହୁଡ଼ା ଯାତ୍ରା ପ୍ରସ୍ତୁତି । ତିନି ରଥର ଦକ୍ଷିଣ ମୋଡ଼ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ରଥକୁ ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ କରିବ । ତିନି ଜଣ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳକୁ ରଥପାଖକୁ ଆଣିବେ । ଆଜ୍ଞାମାଳ ଲାଗି ପରେ ରଥରେ ଦଉଡ଼ି ସଂଯୋଗ ହେବ । ଏହାପରେ ତିନି ରଥକୁ ଟାଣି ଗୁଣ୍ଡିଚାମନ୍ଦିରର ନାକଚଣା ଦ୍ୱାର ପାଖରେ ରଖାଯିବ । ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀ ଆସିଥିବା ଶ୍ରୀଜିଉମାନଙ୍କପ ଲୀଳାଖେଳା ଏବେ ସରି ସରି ଆସୁଛି ।

Breaking News