ରିପୋର୍ଟ କାର୍ଡ / ତିରୁପତି
ଜଣେ ଯୁବକ ସେଲଫି ପାଇଁ ସିଂହ ଖୁଆଡ଼ରେ ପଶି ଯାଇଥିଲେ । ସିଂହ ତାଙ୍କୁ ଘୋଷାଡ଼ି ନେଇ ମାରି ଦେଇଛି। ଆନ୍ଧ୍ର ପ୍ରଦେଶର ତିରୁପତିରେ ଥିବା ଶ୍ରୀ ଭେଙ୍କଟଶ୍ୱର ଜୁଲୋଜିକାଲ ପାର୍କରେ ଏଭଳି ଘଟଣା ଘଟିଛି। ଗୁରୁବାର ଯୁବକ ଜଣଙ୍କ ଶ୍ରୀ ଭେଙ୍କଟଶ୍ୱର ଜୁଲୋଜିକାଲ ପାର୍କକୁ ବୁଲିବାକୁ ଯାଇଥିଲେ। ଚିଡ଼ିଆଖାନାର ନିୟମ ହେଲା କେହି ବି ପଶୁଜନ୍ତୁଙ୍କୁ ହଇରାଣ କରିବେ ନାହିଁ କିମ୍ବା ଖୁଆଡ଼ରେ ପ୍ରବେଶ କରିବେ ନାହିଁ। କିନ୍ତୁ ଯୁବକ ଜଣଙ୍କ ସବୁ ନିୟମକୁ ଭାଙ୍ଗି ସିଂହ ଖୁଆଡ଼ ଭିତରକୁ ଡେଇଁ ପଡ଼ିଥିଲେ। ସେ ସେଠାରେ ସିଂହ ସହ ସେଲଫି ନେବାକୁ ଚେଷ୍ଟା କରିଥିଲେ। ଏହା ଦେଖି ଖୁଆଡ଼ରେ ଥିବା ଗୋଟିଏ ସିଂହ ତାଙ୍କ ଆଡ଼କୁ ଡିଆଁ ମାରିଥିଲା। ଯୁବକ ଜଣଙ୍କ ସିଂହ ଠାରୁ ଜୀବନ ବଞ୍ଚାଇବା ପାଇଁ ନିକଟରେ ଥିବା ଗଛରେ ଚଢ଼ି ଯାଇଥିଲେ। କିନ୍ତୁ ସିଂହଟି ସେଠାରୁ ତାଙ୍କୁ ଘୋଷାଡ଼ୀ ଆଣିଥିଲା। ଏହାପରେ ତଳେ ପକାଇ ଖିନିଭିନ କରି ମାରି ଦେଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଗୋଟିଏ ମାମଲା ରୁଜୁ କରିଛି। ସେହିପରି ଖୁଆଡ଼ରେ ବୁଲୁଥିବା ସିଂହକୁ ପିଞ୍ଜରାରେ ଭର୍ତ୍ତି କରାଯାଇଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..