Report Card Odisha

| Daily Odia News

ତିରୁପତି ଲଡୁ ମାମଲାର ତଦନ୍ତ କରିବ SIT…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତିରୁପତି ଲଡୁ ବିବାଦ ମାମଲାର ତଦନ୍ତ କରିବ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (SIT)। ଆଜି ସୁପ୍ରିମକୋର୍ଟ ତଦନ୍ତ ପାଇଁ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI)ର ଦୁଇଜଣ ବରିଷ୍ଠ ଅଧିକାରୀ ଏବଂ ସିବିଆଇର ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି ଏସଆଇଟି ଗଠିତ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ପ୍ରସିଦ୍ଧ ତିରୁପତି ମନ୍ଦିର ଲଡୁ ପ୍ରସ୍ତୁତ ହେଉଥିବା ଘିଅରେ ପଶୁ ଚର୍ବି ଅପମିଶ୍ରିତ ହେଉଥିବା ଅଭିଯୋଗ ଆଣିଥିଲେ। ଏହାପରେ ଗୁଜରାଟର ଏକ ଘରୋଇ ସଂସ୍ଥାରେ ତିରୁପତି ମନ୍ଦିରରେ ବ୍ୟବହୃତ ହେଉଥିବା ଘିଅର ମାନକ ପରୀକ୍ଷଣ କରାଯାଇଥିଲା। ଏଥିରେ ମାଛ ତେଲ, ଘୁଷୁରି ଏବଂ ଗୋ-ଚର୍ବି ମିଶ୍ରିତ ହେଉଥିବା କୁହାଯାଇଥିଲା। ଏହାପରେ ସତ୍ୟତା ଯାଞ୍ଚ ପାଇଁ ଏସଆଇଟିକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଆନ୍ଧ୍ରପ୍ରଦେଶ ସରକାର ନିଜେ ଏହି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ। ଚନ୍ଦ୍ରବାବୁ ନାଇଡୁ ମିଛ କହୁଛନ୍ତି, ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ ଜଗନ ମୋହନ ରେଡ୍ଡୀ। ଏହାପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

Breaking News