ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ହେବେ ତାଙ୍କ ରାଜନୈତିକ ଉତ୍ତରାଧିକାରୀ। ଭବିଷ୍ୟତରେ ସେ ହିଁ ସମ୍ଭାଳିବେ ଟିଏମସି ଗାଦି। ଏନେଇ ଅଫିସିଆଲି ଘୋଷଣା କରିଛନ୍ତି ଟିଏମ୍ସିର ପ୍ରବକ୍ତା କୁନାଲ ଘୋଷ । ଏନେଇ ଗଣମାଧ୍ୟମଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ମମତା ବାନାର୍ଜୀ ଆସନ୍ତା ୨୦୩୬ ମସିହା ପର୍ଯ୍ୟନ୍ତ ଦଳର ମୁଖିଆ ଭାବେ କାମ କରିବେ। ଆମେ ତାଙ୍କ ନେତୃତ୍ୱରେ କାମ କରିବୁ। ଏହାପରେ ତାଙ୍କ ଉତ୍ତରାଧିକାରୀ ଭାବେ ଅଭିଷେକ ବାନାର୍ଜୀଙ୍କୁ ଦଳର ମୁଖିଆ ଭାବେ ଅଭିଷିକ୍ତ କରାଯିବ । ଏହି ଅବସରରେ ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ପଶ୍ଚିମବଙ୍ଗକୁ ଅକ୍ତିଆର କରିବାକୁ ବିରୋଧୀମାନେ ଦିବାସ୍ୱପ୍ନ ଦେଖୁଥିବା ବେଳେ ତାହା କେବେ କି ସଫଳ ହୋଇ ପାରିବ ନାହିଁ। ଏଥିସହ ସେ କହିଛନ୍ତି, ଟିଏମ୍ସି ଏକ ଅବିଭକ୍ତ ଦଳ। ଏହା ସମସ୍ତ ବିରୋଧୀ ଶକ୍ତିଙ୍କ ସହ ଏକାକୀ ଲଢ଼ି ପାରିବ। ଆମର ନେତା ଜଣେ ଥିବା ବେଳେ ବିଜେପି କାହା ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ତାହା ପ୍ରଥମେ ସ୍ଥିର କରୁ ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..