Report Card Odisha

| Daily Odia News

ଅଦାଲତରେ ବର୍ଷା ପ୍ରିୟଦର୍ଶିନୀ…..

ରିପୋର୍ଟ କାର୍ଡ / କଟକ

ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାର ବିଚାର ଜାରି ରହିଛି । ଆଜି କଟକ ଫ୍ୟାମିଲ କୋର୍ଟରେ ପୁଣି ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ | ଆଜି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହେବ । ଗତକାଲି ସେ କୋର୍ଟରେ ହାଜର ହୋଇଥିବା ବେଳେ ତାଙ୍କର ଜେରା ଅସମ୍ପୂର୍ଣ୍ଣ ଥିଲା । ତେଣୁ ଆଜି ପୁଣି ଥରେ ତାଙ୍କୁ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପାରିବାରିକ ବିବାଦ ମାମଲାରେ ଗତକାଲି ମଧ୍ୟ ଅଭିନେତ୍ରୀ କୋର୍ଟରେ ହାଜର ହୋଇଥିଲେ । ସାକ୍ଷ୍ୟଗ୍ରହଣ ସମୟରେ ବର୍ଷାଙ୍କୁ ଅନୁଭବଙ୍କ ଓକିଲ ଆପତ୍ତିଜନକ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଥିଲା । ତେବେ ଅନୁଭବନଙ୍କ ଓକିଲ ବର୍ଷାଙ୍କୁ ଇଂରାଜୀରେ ପ୍ରଶ୍ନ ପଚାରିଥିବା ବେଳେ ସେ ଓଡିଆରେ ଉତ୍ତର ରଖିଥିଲେ। ଏସବୁ ଫଳରେ ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ଅଧୁରା ରହିଥିଲା । ପୂର୍ବରୁ ସେପ୍ଟେମ୍ବର ୮ ତାରିଖରେ ବର୍ଷାଙ୍କୁ ପାରିବାରିକ ଅଦାଲତରେ ହାଜର ପାଇଁ ନିର୍ଦ୍ଦେଶ ହୋଇଥିଲା । ମାତ୍ର ବର୍ଷା ହାଜର ହୋଇନଥିଲେ । ଅଭିନେତା ତଥା ସାଂସଦ ଅନୁଭବ ନିର୍ଦ୍ଦେଶ ଅନୁସାରେ ହାଜର ହୋଇଥିଲେ ମଧ୍ୟ ପତ୍ନୀ ବର୍ଷା ହାଜର ହୋଇନଥିବାରୁ ବିବାହ ବିଚ୍ଛେଦ ମାମଲାରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହୋଇ ପାରିନଥିଲା । ନିଜ ପକ୍ଷ ରଖିବାକୁ ଅଦାଲତଙ୍କୁ ସମୟ ମାଗିଥିଲେ ବର୍ଷା । ଏନେଇ ସେ ସୋମବାର ପାରିବାରିକ କୋର୍ଟରେ ହାଜର ହୋଇଥିଲେ । ତେବେ ତାଙ୍କ ସାକ୍ଷ୍ୟ ଗ୍ରହଣ ହୋଇପାରିନଥିବାରୁ ଆଜି ଏହି ପ୍ରକ୍ରିୟା ପାଇଁ ପୁଣିଥରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ |

Breaking News