Report Card Odisha

| Daily Odia News

ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୨୫ ତାରିଖ ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଓଡ଼ିଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ | ଏଥିପାଇଁ ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର। ଶେଷ ଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ। ଏଥର କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଏହି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଆସନ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ବିଗ୍ ଫାଇଟ୍ ଦେଖିବାକୁ ମିଳିବ। କଟକରେ ବିଜେପିର ଭର୍ତ୍ତୃହରି ମହତାବଙ୍କ ସହ ବିଜେଡିର ସଂତୃପ୍ତ ମିଶ୍ର ଏବଂ କଂଗ୍ରେସର ସୁରେଶ ମହାପାତ୍ରଙ୍କ ମଧ୍ୟରେ ଲଢ଼େଇ ହେବ, ପୁରୀରେ ସମ୍ବିତ ପାତ୍ର ଓ ଅରୁପ ପଟ୍ଟନାୟକଙ୍କ ମଧ୍ୟରେ କଡ଼ା ଟକ୍କର ହେବାକୁ ଥିବା ବେଳେ ସେମାନଙ୍କୁ କଡ଼ା ଟକ୍କର ଦେବେ ଜୟନାରାୟଣ ପଟ୍ଟନାୟକ । ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ ବନାମ୍ ମନ୍ମଥ ରାଉତରାୟ ଓ ତାସହ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ମଧ୍ୟରେ କଡ଼ା ଲଢ଼େଇ ହେବ। ସେହିପରି ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବନାମ ବିଜେଡିର ପ୍ରଣବ ପ୍ରକାଶ ଦାସ ଏବଂ କଂଗ୍ରେସରୁ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଫାଇଟ୍ ହେବ।

Breaking News