Report Card Odisha

| Daily Odia News

ରାଜ୍ୟରେ ଆଜି ୧, ୪୯୭ କରୋନା ଆକ୍ରାନ୍ତ ଚିହ୍ନଟ, ୨୦ ମୃତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ୨ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧, ୪୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୮୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୬୨୩ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୨୮୩ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୨୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୭୧, ବାଲେଶ୍ୱର ୫୦, ବରଗଡ ୨୨, ଭଦ୍ରକ ୧୯, ବଲାଙ୍ଗିର ୨୨, ବୌଦ୍ଧ ୩୨, କଟକ ୬୯, ଦେବଗଡ ୬୨, ଢେଙ୍କାନାଳ ୨୭, ଗଜପତିରୁ ୪୫ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୮, ଜଗତସିଂହପୁର ୨୪, ଯାଜପୁର ୬୪, ଝାରସୁଗୁଡା ୭୫, କଳାହାଣ୍ଡି ୩୮, କନ୍ଧମାଳ ୩୧, କେନ୍ଦ୍ରାପଡା ୧୬, କେନ୍ଦୁଝରରେ ୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ କୋରାପୁଟ ୬୬, ମାଲକାନଗିରି ୭, ମୟୁରଭଞ୍ଜ ୩୫, ନବରଙ୍ଗପୁର ୩୪, ନୟାଗଡ ୫୬, ନୂଆପଡା ୨୩, ପୁରୀ ୩୭, ରାୟଗଡା ୫୨, ସମ୍ବଲପୁର ୫୯, ସୋନପୁର ୬, ସୁନ୍ଦରଗଡ ୧୦୧ ଷ୍ଟେଟପୁଲରୁ ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୩,୬୨୪ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୩୭ ହଜାର ୯୭୬ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୬୮ ହଜାର ୩୦୮କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୧ ହଜାର ୫୨୫ ଜଣ । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ସେହିପରି ଆଜି ରାଜ୍ୟରେ ୨୦ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି | ହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୫୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୬ଜଣ ରହିଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ୪ଜଣ ରହିଛନ୍ତି । ସେହିପରି କଟକ ଜିଲ୍ଲାରୁ ୩ଜଣ ରହିଥିବା ବେଳେ ଜଗତସିଂହପୁର, ନୟାଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । କେନ୍ଦ୍ରାପଡ଼ା, ଯାଜପୁର ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Breaking News