ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ଆର୍ଥିକ ଚାପର ସମ୍ମୁଖୀନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷି ବିଶାରଦ ହେବେ। ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହେବେ। ଦାନ-ଧର୍ମରେ ଦୀକ୍ଷିତ ହେବେ। ପ୍ରେମୀ ଓ ବୁଦ୍ଧିମାନ୍ ହେବେ।
ବୃଷ : ସାମାଜିକ ସ୍ତରରେ ବୈଶିଷ୍ଟ୍ୟ, ଶିଷ୍ଟାଚାରୀ ଓ ମହାନୁଭବ ହୋଇପାରନ୍ତି। ଭାଷା ମଧୁର ହେବ। ପ୍ରେମୀ ଓ ସାହସୀ ହେବେ। ପ୍ରତ୍ୟେକ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ।
ମିଥୁନ : ଭାଗ୍ୟ ବଳରେ ଉଚ୍ଚାସନ ଲାଭ କରିପାରନ୍ତି। ଆଧ୍ୟାତ୍ମିକ ପଥର ପଥିକ ହେବେ। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ମଧୁର କଥାରେ ପରକୁ ଆପଣାର କରିବେ। ଧନଲକ୍ଷ୍ମୀଙ୍କ ସୁଦୟା ଅଛି।
କର୍କଟ : ସଶକ୍ତ ଆତ୍ମବଳରେ ବଳୀୟାନ ହେବେ । ଅପୂର୍ଣ୍ଣତାର ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ । ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି । ମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ସୁସ୍ବାଦୁ ଭୋଜନ ମିଳିବ।
ସିଂହ : ସାଧନାର ପ୍ରଥମ ସୋପାନ ମୌନାବତାରରେ କିଛି ସମୟ ବିତାଇ ପାରନ୍ତି। ଭାଷା ଓ ବ୍ୟବହାର ଭଦ୍ରୋଚିତ ହେବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ରାଜଯୋଗ ପ୍ରାପ୍ତ ହେବେ।
କନ୍ୟା : ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହୋଇପାରନ୍ତି। ସମାନୁବର୍ତ୍ତିତା ଯୋଗଁୁ ମହନୀୟ ଉଚ୍ଚାସନ ଲାଭ କରିବା ସହିତ ସମ୍ମାନିତ ହେବେ। ଆୟର ମାର୍ଗ ଉନ୍ମୁକ୍ତ ରହିବ। ପ୍ରତ୍ୟେକ କାର୍ଯ୍ୟରେ ପାରଙ୍ଗମ ହେବେ।
ତୁଳା : ଶୂନ୍ୟତା ଭିତରେ ପୂର୍ଣ୍ଣତାର ସନ୍ଧାନ ମିଳିବ। ଅନୁଭୂତିରୁ ଉତ୍ପନ୍ନ ଜ୍ଞା ଆପଣଙ୍କୁ ସ୍ଥିତପ୍ରଜ୍ଞ କରିପାରେ। ପରିବାରର ଆଲୋକବର୍ତ୍ତିକା ହେବେ। ଦୟାର ସାଗର ହେବେ। ବ୍ୟବସାୟାରୁ ଲାଭ ମିଳିବ।
ବିଛା : ଭାଗ୍ୟବଳରେ ବଳୀୟାନ ହେବେ। ଆତ୍ମଶକ୍ତିକୁ ଜାଗ୍ରତ ରଖି ତା’ ଉପରେ ବିଶ୍ବାସୀ ହେବେ। ପ୍ରକାଶିତ ଚିତ୍ତର ଅନୁଭୂତିକୁ କାର୍ଯ୍ୟରେ ବିନିଯୋଗ କରି ଅସାଧ୍ୟ ସାଧନ କରିବେ।
ଧନୁ : ମାନବବାଦର ଚେତନାକୁ ଉପସ୍ଥାପନ କରି ଜନମାନସର ଆଦରଣୀୟ ହେବେ। ସାମାନ୍ୟ ଅସୁସ୍ଥ ଥାଇ ମଧ୍ୟ କର୍ମତତ୍ପର ହେବେ। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଦାୟକ ହେବ।
ମକର : ସତ୍ସଙ୍ଗରୁ ମିଳିବ ଶାନ୍ତି ଓ ପରମ ଆନନ୍ଦ । ଠାକୁରଙ୍କ ନିକଟରେ ମଧୁର ପ୍ରେମ ଭକ୍ତି ନିବେଦନ କରିପାରନ୍ତି । ପୁଣ୍ୟପ୍ରଭା ପତ୍ନୀଙ୍କ ଉପଦେଶ ଶୁଭଦାୟକ ହେବ। ସେବା ମନୋଭାବର ହେବେ।
କୁମ୍ଭ : ଅନବଦ୍ୟ ରଚନା ଜନସାଧାରଣଙ୍କ ପାଇଁ ଉପାଦେୟ ହେବ। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। ମନ ଭିତରେ ଧ୍ୟାନର ଦୀପ ପ୍ରଳନକରି ଚଲାପଥକୁ ଉଳ କରିବେ।
ମୀନ : ଲେଖନୀ ନିଃସୃତ କାଳଜୟୀ ରଚନା ଆଗାମୀ ପିଢ଼ିକୁ ଦିଗ୍ଦର୍ଶନ ଦେବ। ଦିବ୍ୟ ପ୍ରେରଣାଦାୟୀ ହେବେ। ପତ୍ନୀଙ୍କ ମନସ୍କାମନା ପୂରଣ କରିବାରେ ସକ୍ଷମ ହେବେ। ଭକ୍ତିତତ୍ତ୍ବର ପ୍ରସାରୀ ହେବେ।






More Stories
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..
ଆଜି ପବିତ୍ର ଧନତେରାସ…..
ଧନ ଲାଭ କରିବେ…..